ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ବିମାନ ଚଳାଚଳ ଅନୁମତିକୁ ବାତିଲ କଲା କେନ୍ଦ୍ର। ଡିସେମ୍ବର ୩୧ ଯାଏ ବିଦେଶକୁ ବିମାନ ଚଳାଚଳ ଉପରେ କଟକଣା ଲଗାଇଛନ୍ତି ସରକାର। ଡିସେମ୍ବର ଗାଇଡଲାଇନରେ ସାମାନ୍ୟ ପରିବର୍ତ୍ତନ ଆଣି ଅନ୍ତର୍ଜାତୀୟ ବିମାନ ଚଳାଚଳ ବାତିଲ୍ ପାଇଁ ନିଷ୍ପତ୍ତି ନିଆଯାଇଛି। ତେବେ କାର୍ଗୋ ବିମାନ ଚଳାଚଳ ଉପରେ କୌଣସି କଟକଣା ଲାଗୁ କରାଯାଇ ନାହିଁ। ସୂଚନାଥାଉ କି, ଗତକାଲି ଡିସେମ୍ବର ଗାଇଡଲାଇନ ଜାରି କରିଥିଲା ଗୃହ ମନ୍ତ୍ରାଳୟ। ଏଥିରେ ଅନ୍ତର୍ଜାତୀୟ ବିମାନ ସେବା ଚଳାଚଳକୁ ଅନୁମତି ମିଳିଥିଲା।