୨୧ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଆସନ୍ତା ୨୧ ତାରିଖ ରାତିରେ ରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ସହ ରାତ୍ରିଯାପନ କରିବେ । ଏହାପରେ ପରଦିନ ଅର୍ଥାତ ୨୨ ତାରିଖରେ ସେ କୋଣାର୍କ ଯାଇ ସୂର୍ଯ୍ୟମନ୍ଦିର ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏଥିସହିତ କୋଣାର୍କଠାରେ ଭାରତୀୟ ତୈଳ ନିଗମ ଦ୍ୱାରା ନିର୍ମିତ ବ୍ୟାଖ୍ୟାନମାଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି କୋଣାର୍କରେ କାର୍ଯ୍ୟକ୍ରମ ସାରିବା ପରେ ରାଷ୍ଟ୍ରପତିଙ୍କ ରାଉରକେଲା ଏନ୍ଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ସେପଟେ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ନେଇ ସୂଚନା ମିଳିବା ପରେ ଏବେଠାରୁ ଶୃଙ୍ଖଳା ଏବଂ ସୁରକ୍ଷା ଦାୟିତ୍ୱକୁ ଗୁରୁôବ ଦିଆଗଲାଣି । ଅନ୍ୟପଟେ ପ୍ରଶାସନିକ ସ୍ତରରେ ମଧ୍ୟ ଏନେଇ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସେହିପରି କୋଣାର୍କ ଗସ୍ତ ସମୟରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ଶ୍ରୀମନ୍ଦିର ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିବା ନେଇ ମଧ୍ୟ ସମ୍ଭାବନା ରହିଛି । କିନ୍ତୁ ଏହା ପ୍ରଶାସନିକ ସ୍ତରରେ ଚୂଡାନ୍ତ ହୋଇପାରିନାହିଁ । ସେପଟେ ଏନ୍ଆଇଟି ରାଉରକେଲାର ସମାବର୍ତ୍ତନ ଉତ୍ସବରେ ଯୋଗଦେବା ନେଇ ସମୟ ଧାର୍ଯ୍ୟ ହୋଇସାରିଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।