ଭଣ୍ଡାରା ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଦୁଃଖ ପ୍ରକାଶ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଭଣ୍ଡାରାରେ ଅଗ୍ନିକାଣ୍ଡରେ ଦଶ ଜଣ ଶିଶୁ ପ୍ରାଣ ହରାଇବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ କରି କହିଛନ୍ତି ଯେ ଭଣ୍ଡାରାରେ ଶିଶୁ ମାନଙ୍କର ଜୀବନ ଚାଲି ଯିବା ଘଟଣାରେ ସେ ଦୁଃଖିତ । ପୀଡିତ ପରିବାରଙ୍କୁ ସମବେଦନା ଜଣାଇବା ସହ ଆହତ ମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।