ମାହାଙ୍ଗା : ମାହାଙ୍ଗା ନିର୍ବାଚନ ମଣ୍ଡଳୀର ସୁଖ ଦୁଃଖର ସାଥୀ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତିଶ୍ରୁତି ପୂରଣ ହେବାକୁ ଯାଉଛି । ମାନ୍ୟନର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିବା ଜଣେ ଟାଣୁଆ ଓ ନିଶ୍ୱର୍ଥାପର ନେତା ହେଉଛନ୍ତି ମାହାଙ୍ଗାର ବିଧାୟକ ତଥା ଓଡ଼ିଶା ରାଜ୍ୟର ଲୋକପ୍ରିୟ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନା । ରାଜ୍ୟ ମନ୍ତ୍ରୀ ମଣ୍ଡଳର ଶକ୍ତିଶାଳୀ ମନ୍ତ୍ରୀ ଭାବେ ବିଭିନ୍ୟ ଗୁରୁତ୍ଵପୂର୍ଣ୍ଣ ବିଭାଗର ଦାୟିତ୍ଵ ସୁଚାରୁ ରୂପେ ତୁଲାଉ ଥିବା ବ୍ୟକ୍ତି ହେଉଛନ୍ତି ମାହାଙ୍ଗାର ପ୍ରତାପ । ତଥା ରାଜ୍ୟ ପଞ୍ଚାୟତ ରାଜ୍, ପାନୀୟ ଜଳ, ଆଇନ୍, ନଗର ଓ ଗୃହ ନିର୍ମାଣ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ।
ସବୁବେଳେ ଓ ସବୁ ସମୟରେ କଥାରେ ନୁହେଁ କାମରେ ବିଶ୍ୱାସ କରନ୍ତି । ତାହାର ଏକ ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅଧିନ ନିଶ୍ଚିନ୍ତକୋଇଲି ବ୍ଲକ୍ ଅଞ୍ଚଳରେ । ମନ୍ତ୍ରୀ ଶ୍ରୀଯୁକ୍ତ ଜେନାଙ୍କ ପ୍ରଚେଷ୍ଟାରେ କଟକ ଜିଲ୍ଲା ସର୍ବବୃହତ ନିଶ୍ଚିନ୍ତକୋଇଲି ସାପ୍ତାହିକ ହାଟ ଆଉ ଅଳ୍ପ ଦିନ ମଧ୍ୟରେ ଏକ ମଡେଲ ହାଟରେ ପରିଣତ ହେବାକୁ ଯାଉଛି । ଯାହା ଦ୍ଵାରା ଚାଷୀ ମାନଙ୍କ ଦୁଃଖ ଦୂରେଇ ଯିବ । ଚାଷୀ ମାନେ ଏକ ସୁସ୍ଥ ପରିବେଶ ମଧ୍ୟରେ ନିଜର ବେପାର ବଣିଜ କରିପାରିବେ । ଏହି ହାଟ ପ୍ରତି ସପ୍ତାହର ସମୋବାର ଓ ଶୁକ୍ରବାର ବସିଥାଏ । ଏହି ସାପ୍ତାହିକ ହାଟକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ବ୍ୟବସାୟୀ ଓ ଚାଷୀ ମାନେ ବ୍ୟବସାୟ କରିବା ନିମନ୍ତେ ଆସିଥାନ୍ତି । ଏହି ହାଟରୁ ପନିପରିବା ଯଥା ନଡିଆ, ପଇଡ ପ୍ରଭୃତି ସୁନ୍ଦରଗଡ଼, ଝାରସୁଗୁଡ଼ା, ଯାଜପୁର, ବାଲେଶ୍ଵର, ଭଦ୍ରକ, କଟକ, ଜଗତସିଂପୁର, କେନ୍ଦ୍ରାପଡା ପ୍ରଭୃତି ଜିଲ୍ଲାର ବହୁ ସ୍ଥାନକୁ ପଠା ଯାଇଥାଏ ।
ତେବେ ଏହି ହାଟର ପିଣ୍ଡି, ରାସ୍ତା ପରିମଳ, ଆଲୋକ ଓ ଡ୍ରେନେଜ୍ ବ୍ୟବସ୍ତାର ସୁଧାର ଅଣା ଜିବାକୁ ମନ୍ତ୍ରୀ ପ୍ରତିଶ୍ରୁତି ଦେଇ ଥିଲେ । ଯାହା ଆଜିର ଦିନରେ ଶେଷ ପ୍ରଜାୟରେ ପହଞ୍ଚିଛି । ମନ୍ତ୍ରୀ ଶ୍ରୀଜେନାଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ପଂଚାୟତ ସମିତି ଅଧକ୍ଷାଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ କୁମାର ଓଝା ବ୍ଲକ୍ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ମାନେ ଏହି କାର୍ଯ୍ୟକୁ ଖୁବ୍ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରତାପ ଜେନାଙ୍କ ପାଇଁ ଏହା ସମ୍ଭବ ହୋଇ ପାରି ଥିବାରୁ ମନ୍ତ୍ରୀ ଶ୍ରୀଜେନାଙ୍କୁ ବହୁ ଚାଷୀ, ବ୍ୟବସାୟୀ, ବୁଦ୍ଧିଯିବି କୃତଜ୍ଞତା ଜଣାଇଛନ୍ତି ।