ରାୟଗଡା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ଧରଣର ସଫଳତା

ରାୟଗଡା: ରାୟଗଡା ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ବଡ ଧରଣର ସଫଳତା । ରାୟଗଡା ଜିଲ୍ଲାରୁ ଉତ୍ତରପ୍ରଦେଶ ରାଜ୍ୟକୁ ଗଂଞ୍ଜେଇ ଚୋରା ଚାଲାଣ ବେଳେ ପ୍ରାୟ ୧୬ କୁଇଣ୍ଟାଲ ୨୨ କିଲୋ ଗଂଜେଇକୁ ଅବକାରୀ ବିଭାଗ ଜବତ କରିଛି । ଯାହାର ବଜାର ମୂଲ୍ୟ ପ୍ରାୟ ୧ କୋଟି ୫ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଗତ କାଲି ମଧ୍ୟ ରାତ୍ରରେ କୌଣସି ସୂତ୍ରରୁ ଖବର ପାଇ ଅବକାରୀ ବିଭାଗର ଭ୍ରାମ୍ୟମାଣ ସ୍କୁଆଡ଼ ଚାନ୍ଦିଲି ଥାନା ଅନ୍ତର୍ଗତ ମୁକୁନ୍ଦପୁର ଘାଟି ନିକଟରେ ଚଢ଼ାଉ କରି ରାସ୍ତା କଡରେ ଠିଆ ହୋଇଥିବା ଏକ ଟ୍ରକକୁ ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଟ୍ରକ ଭିତରେ ବିପୁଳ ପରିମାଣର ଗଞ୍ଜେଇ ଥିବା ଜଣାପଡିଥିଲା । ତେବେ ଘଟଣା ସ୍ଥଳରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଯାଇଥିଲେ । ଟ୍ରକଟିକୁ ରାୟଗଡା ଅବକାରୀ ବିଭାଗର କାର୍ଯ୍ୟାଳୟକୁ ଅଣାଯାଇ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମପା ହୋଇଥିଲା । ତେବେ ଅବକାରୀ ବିଭାଗର କେଶ ନମ୍ବର – ୭୩/ ୨୧ରେ ଡ୍ରାଇଭର ବିରେନ୍ଦ୍ର ସିଂ ଓ ହେଲପର ଅଜିତ ସିଂ ଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯିବା ସହ ଅଧିକ ଖୋଲତାଡ଼ କରୁଛି ଅବକାରୀ ବିଭାଗ। ଆଶ୍ଚର୍ଯ୍ୟର ବିଷୟ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡା ଜିଲ୍ଲା ମାନଙ୍କରେ ହଜାର ହଜାର ହେକ୍ଟର ଗଞ୍ଜେଇ ଚାଷ ନଷ୍ଟ କରୁଥିଲି ମଧ୍ୟ ଏତେ ପରିମାଣରେ ଗଞ୍ଜେଇ ଆସୁଛି କୁଆଡୁ ।