ସାଲେପୁର : କଟକ ଜିଲ୍ଲାର ସାଲେପୁର ବ୍ଲକ ହରିଚନ୍ଦନପୁର ଠାରେ ୧୯୯୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁପଟ୍ଟନାୟକ ଓ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଦ୍ଵାରା ମହାନଦୀ-ଚିତ୍ରୋପଳା ଦ୍ୱିପାଞ୍ଚଳରେ ଏସିଆ ମହାଦେଶର ସର୍ବବୃହତ ସାଇଫନ ଓ ସେତୁର ଶିଳାନ୍ୟାଶ ହୋଇଥିଲା । ଏହା ସମ୍ଭବପର ହୋଇଥିଲା ମହାନଦୀ ଚିତ୍ରୋତ୍ପଳା ଦିପାଞ୍ଚଳର ବୁଦ୍ଧିଯିବି ମାନଙ୍କ ପାଇଁ । ମହାନଦୀ ଚିତ୍ରୋତ୍ପଳା ସାଇଫନ ସେତୁ ଆନ୍ଦୋଳନ ମାଧ୍ୟମରେ ଦ୍ୱିପାଅଞ୍ଚଳର ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯାଇଥିଲା । ଏହା ଦୀର୍ଘ ୭ ବର୍ଷରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ଓ ଉପମୁଖ୍ୟ ମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଥିଲା । ବାସ୍ତବିକ ଏହା ପରିତାପର ବିଷୟ ଯେଉଁ ମୌଳିକ ଲକ୍ଷ୍ୟନେଇ ଦ୍ଵିପାଅଞ୍ଚଳର ଚାଷୀଙ୍କ ଚାଷ ଜମିକୁ ଜଳସେଚନ କରିବା ପାଇଁ ଓ ଚାଷୀଙ୍କ ସ୍ୱାର୍ଥ ପାଇଁ ନିର୍ମାଣ ହୋଇଥିଲା ତଳଅଞ୍ଚଳ କୁ ସଠିକ ଜଳ ପହଁଚି ପାରୁନାହିଁ । ଏହି ସେତୁକୁ ସଂଯୁକ୍ତ କରୁଥିବା ଦକ୍ଷିଣ ନଦୀ ବନ୍ଧରାସ୍ତା ମୃକୁଣ୍ଡି ଠାରୁ ସାନ୍ତପୁର ଓ ଉତ୍ତର ନଦୀବନ୍ଧ ରାସ୍ତା ମୃକୁଣ୍ଡିଠାରୁ ତାରପୁର ପର୍ଯ୍ୟନ୍ତ ପାଲଟିଛି ମରଣଯନ୍ତା । ଏହି ରାସ୍ତାର ନିର୍ମାଣ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଆମ୍ବୁଲାନ୍ସ ଓ ଅଗ୍ନିସମ ଗାଡିଜାତାୟତ ପାଇଁ ବାଧାସୃଷ୍ଟି ହେଉଛି ।
ସାଲେପୁର ଓ କଟକ ସଦର ନିର୍ବାଚନ ମଣ୍ଡଳୀ ମଧ୍ୟରେ କେତେକ ପଂଚାୟତ ଯାଉଥିବାରୁ ରାଜନେତା ମାନେ ଗୁରୁତ୍ୱ ଦେଉନଥିବା ସାଧାରଣରେ ଚର୍ଚ୍ଚା ହେଉଛି । ନଦୀବନ୍ଧରେ ମାତ୍ରାଧିକ ବାଲି ବୋଝେଇ ଟ୍ରକ, ଡମ୍ଫର, ଟ୍ରାକ୍ଟର ଗୁଡିକ ଅବାଧରେ ଯାତାୟାତ କରିବା ଯୋଗୁଁ ଦୀର୍ଘବର୍ଷ ହେବ ଏହି ରାସ୍ତାଟି ନଷ୍ଟ ଖରାପ ହୋଇ ପଡିଛି । ସେଥିପାଇଁ ନିଦ ଭାଙ୍ଗୁନି ପ୍ରଶାସନର । କଦର୍ଯ୍ୟ ନଦୀବନ୍ଧ ସ୍ଥାନୀୟ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଏହି ରାସ୍ତା ପାଇଁ ଲୋକେ ନାହିଁ ନଥିବା ସମସ୍ୟା ଭୋଗିବା ସହ ଗ୍ରାମାଞ୍ଚଳରେ ବାରଂବାର ଦୁର୍ଘଟଣା ଘଟୁଛି । ଯଦି ପ୍ରଶାସନ ଏନେଇ କୌଣସି ଦୃଷ୍ଟି ନ ଦିଅନ୍ତି ତାହେଲେ ଆଗାମୀ ଦିନରେ ଲୋକେ ରାଜରାସ୍ତାକୁ ଆସିବାକୁ ବାଧ୍ୟ ହେବେ ବୋଲି ଦ୍ୱିପାଅଞ୍ଚଳର ଜନସାଧାରଣ ଚେତାବନୀ ଦେଉଛନ୍ତି ।