ରାଜ୍ୟରେ ପହଂଚିଲା ୯ ଲକ୍ଷ ୪୩ ହଜାର କୋଭିସିଲ୍ଡ ଟିକା

ଭୁବନେଶ୍ୱର : ରାଜ୍ୟରେ ପହଂଚିଛି ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍ଡ ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ଏହି କୋଭିସିଲ୍ଡ ଟିକା ପହଂଚିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଟିକା ଆସିବା ପରେ ରାଜ୍ୟରେ ଟିକାକରଣ ସ୍ୱାଭାବିକ ହେବ । ଟିକା ଅଭାବରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଟିକାଦାନ କାର୍ଯ୍ୟକ୍ରମ ବାଧାପ୍ରାପ୍ତ ହୋଇଥିଲା ।

ଗତକାଲି ଆଉ ୧ ଲକ୍ଷ କୋଭିସିଲ୍ଡ ଟିକା ପହଂଚିଥିଲା । ଏହାସହ ୧ ଲକ୍ଷ ୮୨ ହଜାର କୋଭାକ୍ସିନ୍ ଟିକା ମଧ୍ୟ ଆସିଥିଲା ।