ରାଜ୍ୟକୁ କେନ୍ଦ୍ରର ଚିଠି, କରୋନା ଟିକା ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ରାଜ୍ୟକୁ ଆସିବ କରୋନା ଟିକା। ଏଥିପାଇଁ ରାଜ୍ୟ ସରକାର ସମସ୍ତ ପ୍ରସ୍ତୁତିକୁ ଠିକ ଭାବରେ ନିଭେଇଛନ୍ତି। ଏହାରି ଭିତରେ କେନ୍ଦ୍ର ସରକାର ଗତକାଲି ଟିକାକରଣ ପାଇଁ ପ୍ରସ୍ତୁତ ରହିବାକୁ ଚିଠି ଲେଖିଛନ୍ତି। ଅତି ନିକଟରେ ଓଡ଼ିଶାକୁ ଟିକା ଆସିବ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ସେହି ଚିଠିରେ ଟିକେ କେବେ ଆସିବ ସେନେଇ କୌଣସି ନିର୍ଦ୍ଦିଷ୍ଟ ତାରିଖ ଦିଆଯାଇନି। କିନ୍ତୁ ଯଦି ଟିକା ଆସେ ଓଡ଼ିଶା ଏଥିପାଇଁ ପୁରା ପ୍ରସ୍ତୁତ ରହିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି । ସେ କହିଛନ୍ତି ଟିକା ଆସିଯିବା ପରେ ରାଜ୍ୟ ଟିକାକରଣ ରୁମରେ ମହଜୁଦ ରଖାଯିବ । ଏହା ପରେ ଜିଲ୍ଲାରେ ପ୍ରସ୍ତୁତ କରାଯାଇଥିବା ଟିକା କେନ୍ଦ୍ରକୁ ଭ୍ୟାକସିନକୁ ପଠାଯିବ । କେଉଁଠି ଟିକାକରଣ କରାଯିବ ସେନେଇ ଜିଲ୍ଲାପାଳମାନଙ୍କୁ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବା କହିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ତେବେ ଟିକା ତିଆରି କରୁଥିବା କମ୍ପାନୀ ପାଖରୁ ଓଡ଼ିଶାକୁ ସିଧା ଟିକା ଆସିବ। ଟିକା ଆସିବା ପରେ ଭୁବନେଶ୍ୱରରେ ଥିବା ଟିକା କେନ୍ଦ୍ରରେ ରଖାଯିବ। ଏହା ପରେ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ପଠାଯିବ। ଜିଲ୍ଲାରେ ଟିକା ପହଞ୍ଚିଲା ପରେ ସେଠାରେ ଥିବା ଜିଲ୍ଲା ଟିକା କେନ୍ଦ୍ରେ ଟୀକା ରଖାଯିବ। ତେବେ ଟିକାକରଣ ପାଇଁ ଯାହା ସରଞ୍ଜାମ ଅଛି ତାହା ଟିକାକରଣ ପାଇଁ ଯଥେଷ୍ଟ ବୋଲି ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି। ଡାଟାବେସ ଅନୁସାରେ ଟିକା ମଗାଯାଇଛି। ଡାଟାମେସକୁ ଦେଖି କେନ୍ଦ୍ର ନିଷ୍ପତ୍ତି ନେବ କେତେ ଟିକା ପଠାଇବ ।

ରାଜ୍ୟରେ ଟିକା ପହଞ୍ଚିଲା ପରେ ଜିଲ୍ଲାପାଳ ମାନେ କେଉଁଠି ଟିକାକରଣ ହେବ ୮ ତାରିଖ ସୁଦ୍ଧା ରିପୋର୍ଟ ଦେବେ ଏବଂ ସବୁ ପ୍ରକ୍ରିୟା ୧୦ ତାରିଖ ସୁଦ୍ଧା ସରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରାଜ୍ୟ ଭ୍ୟାକସିନ ଷ୍ଟୋରକୁ ଟିକା ଆସିଲେ ସେଠୁ ୯ଟି ଆଞ୍ଚଳିକ ଟିକା ଷ୍ଟୋରକୁ ଟିକା ପଠାଯିବ। ଭୁବନେଶ୍ୱର, କଟକ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, କୋରାପୁଟ, କନ୍ଧମାଳ, ବଲାଙ୍ଗୀର ଏବଂ ବାଲେଶ୍ୱରକୁ ଏଥିପାଇଁ ଚିହ୍ନଟ କରାଯାଇଛି। ସେଠାରୁ ୩୨ ଟି ଜିଲ୍ଲାରେ ଥିବା ଟତକା କେନ୍ଦ୍ରକୁ ଟିକା ଯିବ ।ପ୍ରଥମେ ପ୍ରତିକ୍ଷା ରୁମରେ ଟିକା ପାଇବା ଲୋକଙ୍କ ତଥ୍ୟ ଯାଂଚ ହେବ ଯେ ସେମାନଙ୍କ ନାଁ ଡାଟାବେଶରେ ଅଛି କି ନାହିଁ । ଏହା ପରେ ଟିକାକରଣ ରୁମରେ ସେମାନଙ୍କ ବାକି ତଥ୍ୟ ଯାଂଚ ହୋଇ ଟିକା ଦିଆଯିବ । ତା ପରେ ସେମାନଙ୍କୁ ଅବଜରଭେସନ ରୁମରେ ୩୦ ମିନିଟ ରଖାଯିବ । ଏବେ ୩ ଲକ୍ଷ ୨୮ ହଜାର ୫୦୦ ଜଣଙ୍କ ଡାଟା ବେଶ ପ୍ରସ୍ତୁତ ହୋଇଛି । ଟିକାକରଣ ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ବେଳେ କେବେଳ ଟିକାକୁ ଅପେକ୍ଷା କରାଯାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶ ଡାକ୍ତର ବିଜୟ ପାଣିଗ୍ରାହୀ କହିଛନ୍ତି ।