ରେଡ୍‌ ମାର୍କରେ ବନ୍ଦ ହେଲା ସେୟାର ବଜାର

ନୂଆଦିଲ୍ଲୀ : ଭାରତୀୟ ସେୟାର ବଜାରରେ ସୋମବାର କାରବାର ହ୍ରାସ ପାଇଛି । ସପ୍ତାହର ପ୍ରଥମ କାରବାର ଦିନରେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ସେନସେକ୍ସ ୩୩୭.୬୬ ପଏଣ୍ଟ ହ୍ରାସ ପାଇ ୫୭,୯୦୦.୧୯ ପଏଣ୍ଟରେ ବନ୍ଦ ହୋଇଛି । ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟି ସୂଚକାଙ୍କ ୧୧୧ ଅଙ୍କ ଖସି ୧୭,୦୪୩.୩୦ ପଏଣ୍ଟ ଓ ବ୍ୟାଙ୍କ ନିଫ୍ଟି ୧୫୩.୩୦ ଅଙ୍କ ଖସି ୩୯,୪୧୧.୪୦ ପଏଣ୍ଟରେ ବନ୍ଦ ହୋଇଛନ୍ତି ।

ଆଜି କାରବାର ଶେଷ ସୁଦ୍ଧା ବିପିସିଏଲ୍‌ ସେୟାର ମୂଲ୍ୟ ସର୍ବାଧିକ ୧.୧୨% ବୃଦ୍ଧି ପାଇ ୩୨୬.୨୦ ଟଙ୍କାରେ ବନ୍ଦ ହୋଇଥିବା ବେଳେ ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ମୂଲ୍ୟ ସର୍ବାଧିକ ହ୍ରାସ ପାଇଛି । ଆଦାନୀ ଏଣ୍ଟରପ୍ରାଇଜର୍ସ ସେୟାର ୭.୨୭% କମି ୧୭.୩୮.୨୦ ଟଙ୍କାରେ ବନ୍ଦହୋଇଛି । ବଜାରରେ ଫାର୍ମା, ମିଡିଆ, ହେଲଥ୍‌ କେୟାର ସେକ୍ଟରକୁ ଛାଡି ଅନ୍ୟ ସମସ୍ତ ସେକ୍ଟର ରେଡ୍‌ ମାର୍କରେ ବନ୍ଦ ହୋଇଛି । ବ୍ୟାଙ୍କିଂ, ଆଇଟି, ଅଟୋ, ଏଫ୍‌ଏମ୍‌ସିଜି, ମେଟାଲ୍ସ, ଏନର୍ଜି, ଅଏଲ୍‌ ଆଣ୍ଡ ଗ୍ୟାସ୍‌, କଞ୍ଜ୍ୟୁମର ଡ୍ୟୁରେବଲ ସେକ୍ଟରରେ ହ୍ରାସ ପରିଲକ୍ଷିତ ହୋଇଛି । ସେନସେକ୍ସର ୩୦ ରୁ ୭ ସେୟାର ବୃଦ୍ଧି ପାଇଥିବା ବେଳେ ୨୩ଟି ସେୟାର ହ୍ରାସ ପାଇଛି । ସେହିଭଳି ନିଫ୍ଟିର ୫୦ ସେୟାର ମଧ୍ୟରୁ ୧୧ଟି ଗ୍ରୀନ୍‌ ମାର୍କ ଓ ୩୯ଟି ରେଡ୍‌ ମାର୍କରେ ବନ୍ଦ ହୋଇଛି ।

ବୃଦ୍ଧିପାଇଥିବା ସେୟାରଗୁଡିକ ମଧ୍ୟରେ ରହିଛନ୍ତି ଗ୍ଲାଣ୍ଡ ଫାର୍ମା, ବଜାଜ ହୋଲଡିଂସ୍‌, ୟୁନାଇଟେଡ୍‌ ସ୍ପିରିଟ୍ସ, ଡିଏଲ୍‌ଏଫ୍‌, ଟାଇଟନ, ଜାୟଡସ୍‌, ଭାରତୀ ଏୟାରଟେଲ, ଡାବର ଇଣ୍ଡିଆ, ଏଲ୍‌ ଆଣ୍ଡ ଟି, ଲୁପିନ୍‌, ଆଇସିଆଇସିଆଇ ବ୍ୟାଙ୍କ, ବେଦାନ୍ତ, କୋଲ ଇଣ୍ଡିଆ, ହିଣ୍ଡାଲକୋ, ଆକ୍ସିସ ବ୍ୟାଙ୍କ ସମେତ ଆଉ କିଛି ସେୟାର ମୂଲ୍ୟ ବୃଦ୍ଧି ପାଇଛି । ସେହିଭଳି ଆଦାନୀ ଏଣ୍ଟରପ୍ରାଇଜର୍ସ, ବନ୍ଧନ ବ୍ୟାଙ୍କ, ଆଦାନୀ ଟ୍ରାନ୍ସମିସନ, ଅମ୍ୱୁଜା ସିମେଣ୍ଟସ୍‌, ଆଦାନୀ ପୋର୍ଟସ୍‌, ହାଭେଲ୍ସ ଇଣ୍ଡିଆ, ଜୋମାଟୋ, ଶ୍ରୀ ସିମେଣ୍ଟସ୍‌, ଟିସିଏସ୍‌, ଏସିସି, ବଜାଜ ଫାଇନାନ୍ସ, ଟେକ୍‌ ମହିନ୍ଦ୍ରା ସମେତ ଆଉ କିଛି ସେୟାର ମୂଲ୍ୟ ହ୍ରାସ ପାଇଛି ।

#nationalnews #sharemarket #stock market #redmark