ଅନୁଗୁଳ ଷ୍ଟେସନରେ ୧୩ ଯୋଡ଼ା ସ୍ୱତନ୍ତ୍ର ଟ୍ରେନ୍ ର ସମୟ ବଦଳିଲା

ଭୁବନେଶ୍ୱର: ଅନୁଗୁଳ ଓ କେରେଜଙ୍ଗ ଷ୍ଟେସନ ମଧ୍ୟରେ ଦୋହରୀକରଣ କାର୍ଯ୍ୟ ପାଇଁ ଅନୁଗୁଳ ଷ୍ଟେସନରେ ସ୍ପେଶାଲ ଟ୍ରେନର ସମୟ ସଂଶୋଧନ କରାଯାଇଛି । ଏହି କ୍ରମରେ ୧୩ ଯୋଡ଼ା ସ୍ୱତନ୍ତ୍ର ଟ୍ରେନର ସମୟ ଅନୁଗୁଳ ଷ୍ଟେସନରେ ପରିବର୍ତନ କରାଯାଇଛି ।
ଏହି ଟ୍ରେନ୍ ଗୁଡିକ ହେଉଛି –୦୮୪୦୫/୦୮୪୦୬ ପୁରୀ-ଅହମ୍ମଦାବାଦ-ପୁରୀ ସ୍ପେଶାଲ୍‌, ୦୨୮୬୬/୦୨୮୬୫ ପୁରୀ-ମୁମ୍ବାଇ ଏଲଟିଟି- ପୁରୀ ସ୍ପେଶାଲ୍‌, ୦୨୮୭୯/୦୨୮୮୦ ଏଲଟିଟି- ଭୁବନେଶ୍ୱର-ମୁମ୍ବାଇ ଏଲଟିଟି ସ୍ପେଶାଲ୍‌, ୦୮୪୨୫/୦୮୪୨୬ ପୁରୀ-ଦୁର୍ଗ-ପୁରୀ ସ୍ପେଶାଲ୍‌, ୦୨୦୯୩/୦୨୦୯୪ ଯୋଧପୁର-ପୁରୀ-ଯୋଧପୁର ସ୍ପେଶାଲ, ୦୯୨୦୯/୦୯୨୧୦ ଭାଲସାଦ-ପୁରୀ-ଭାଲସାଦ ସ୍ପେଶାଲ, ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ସ୍ପେଶାଲ, ୦୨୮୨୭/୦୨୮୨୮ ପୁରୀ-ସୁରଟ-ପୁରୀ ସ୍ପେଶାଲ, ୦୨୦୩୭/୦୨୦୩୮ ପୁରୀ-ଅଜମେର-ପୁରୀ ସ୍ପେଶାଲ, ୦୨୮୧୩/୦୨୮ ଆନନ୍ଦ ବିହାର-ଭୁବନେଶ୍ୱର ସ୍ପେଶାଲ, ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ୱତନ୍ତ୍ର ଟ୍ରେନ, ୦୮୪୯୩/୦୮୪୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ପେଶାଲ ଏବଂ ଅନୁଗୁଳ-ଭଦ୍ରକ ମାର୍ଗ ଦେଇ ଚଳାଚଳ କରୁଥିବା ୦୮୩୦୬/୦୮୩୦୫ ସମ୍ବଲପୁର-ହାଓଡ଼ା-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ ।
ଏହା ବ୍ୟତୀତ, ରେଢ଼ାଖୋଲ ଠାରେ ୦୮୪୦୫ ପୁରୀ-ଅହମ୍ମଦାବାଦ ସ୍ପେଶାଲ ଏବଂ ତାଲଚରରେ ୦୮୪୦୬ ଅହମ୍ମଦାବାଦ-ପୁରୀ ସ୍ପେଶାଲ, ୦୨୮୬୫ ମୁମ୍ବାଇ ଏଲଟିଟି- ପୁରୀ ସ୍ପେଶାଲ୍ ୦୨୮୭୯ ଏଲଟିଟି- ଭୁବନେଶ୍ୱର ସ୍ପେଶାଲ, ରେଢ଼ାଖୋଲରେ ୦୨୦୯୩ ପୁରୀ-ଯୋଧପୁର ସ୍ପେଶାଲ, ୦୨୮୬୧/୦୨୮୬୨ ରାଉରକେଲା-ଭୁବନେଶ୍ୱର-ରାଉରକେଲା ବିଶେଷ ଟ୍ରେନ ବୋଇଣ୍ଡା ଷ୍ଟେସନରେ ସମୟରେ ସଂଶୋଧନ କରାଯାଇଛି ।