ଟିଟିଲାଗଡ଼ : ଲାୟନ୍ସ କ୍ଲବ ସଦାବେଳେ ସେବା ପ୍ରଦାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇ ଥାଏ । ଗୁରୁବାର ସକାଳେ ଥାନା ସମ୍ମୁଖରେ ବସିଥିବା ଉଠା ପରିବା ବିକାଳୀଙ୍କୁ ଖରା ବର୍ଷା ଦାଉରୁ ରକ୍ଷା ପାଇବା ପାଇଁ ଟିଟିଲାଗଡ଼ ଲାୟନ୍ସ୍ କ୍ଲବ ତରଫରୁ ଛତା ବଣ୍ଟନ କରାଯାଇଛି । ଲାୟନ୍ସ କ୍ଲବର ୱାନ ଡିଷ୍ଟ୍ରିକ୍ଟ ୱାନ ଏକ୍ଟିଭିଟି ଅନ୍ତର୍ଗତ ରିମଝିମ କାର୍ଯ୍ୟକ୍ରମକୁ ସଭାପତି ଦୀପକ ପୃଷ୍ଟିଙ୍କ ସଭାପତିତ୍ବରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ଏଥିରେ ସମ୍ପାଦକ ଆଶିର୍ବାଦ ମହାପାତ୍ର, ସନ୍ତୋଷ ମହାନ୍ତି, ମାର୍କେଟିଂ ଚେୟାର ପର୍ସନ ସଞ୍ଜୟ କୁମାର ନାୟକ, ଲିଙ୍ଗରାଜ ସାହୁ, ଭି ଶ୍ରୀନିବାସ ରାଓ, କୋଷାଧକ୍ଷ ସଜ୍ଜନ କମ।ନି, କେ ତ୍ରିନାଥ ରାଓ, ଲିଓ ପୁରୁଷୋତ୍ତମ ଖେମକ।, ରିହାନ ଖାଁ ପ୍ରମୁଖ ଛତା ବଣ୍ଟନରେ ସହଯୋଗ କରିଥିଲେ ।