ସାଲେପୁର: ସାଲେପୁର ପୁରୁଣା ବସଷ୍ଟାଣ୍ଡ ୧୯୯୭ ମସିହାରୁ ସୁଲଭ ଏଣ୍ଟରନ୍ୟାସନଲ ପକ୍ଷରୁ ଶୌଚାଳୟ ପ୍ରତିଷ୍ଠା କରାଯାଇଥିଲା । ଲକ୍ଷାଧିକ ଟଙ୍କା ବିଦ୍ଯୁତବିଲ ବକେୟା ଥିବାରୁ ଦୀର୍ଘଦିନଧରି ତାହା ବନ୍ଦ ରହିଥିଲା।ଫଳରେ ସ୍ଥାନୀୟ ଲୋକେ ତଥା ବାହାରୁ ଯାତାୟତ କରୁଥିବା ଯାତ୍ରୀ ମାନେ ବହୁ ଅସୁବିଧା ର ସମ୍ମୁଖୀନ ହେଉଥିଲେ।ଚନ୍ଦ୍ରଦେଇ ପୁର ପଞ୍ଚାୟତ ସରପଞ୍ଚ ଅନିଲ କୁମାର ଦାସ ଏହି ଶୌଚାଳୟ କୁ ପଞ୍ଚାୟତ କୁ ହସ୍ତାନ୍ତର ପାଇଁ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀ ଙ୍କୁ ଜଣାଇଥିଲେ।ସୁଲଭ ଏଣ୍ଟରନ୍ୟାସନାଲର ଅଧିକାରୀ ଶୌଚାଳୟର ସ୍ଥିତି ଦେଖିବା ପରେ ପଞ୍ଚାୟତ କୁ ହସ୍ତାନ୍ତର କରିଥିବା ନେଇ ସରପଞ୍ଚ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।