ରାୟଗଡ଼ା: ରାୟଗଡ଼ା ଜିଲ୍ଲା ଶେଷଖାଲ ଥାନା ଅନ୍ତର୍ଗତ ପ୍ରତାପପୁର ନିକଟରେ ଏକ କୋଇଲା ବୋଝେଇ ଟ୍ରକ୍ ଜଳିଯାଇଛି । ଟ୍ରକରେ ନିଆଁ ଲାଗିବା ଦେଖି ଡ୍ରାଇଭର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲା । ରାୟଗଡ଼ା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ କରିଥିଲେ । ତେବେ ନିଆଁ ଲାଗିବାର କାରଣ ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ । ଟ୍ରକ୍ ଟି ବିଶାଖାପାଟଣାରୁ କୋଇଲା ନେଇ ରାୟଗଡ଼ା ଅଭିମୁଖେ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଅଗ୍ନିକାଣ୍ଡ ପାଇଁ କିଛି ସମୟ ପାଇଁ ସମ୍ପୃକ୍ତ ରୁଟ୍ ରେ ଯାନବାହନ ଚଳାଚଳ ବ୍ୟାହତ ହୋଇଥିଲା । ଶେଷଖାଲ ଥାନା ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଛାନଭିନ୍ ଜାରୀ ରଖିଛି ।