ମାଲକାନଗିରି : ୫ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଧାରଣା ସହ ଦାବିପତ୍ର ପ୍ରଦାନ କଲେ ଶହ ଶହ ଗ୍ରାମସାଥି । ରାଜ୍ୟରେ ପ୍ରତ୍ୟେକ ଗାଁର ବିକାଶ ପାଇଁ ସରକାର ଯୋଜନା ଉପରେ ଯୋଜନା ମାନ ପ୍ରସ୍ତୁତ କରିବା ସହ ସେହି ଯୋଜନାକୁ କିପରି ଭାବେ କାର୍ଯ୍ୟକାରୀ କରାଯିବ ସେ ନେଇ ପ୍ରତ୍ୟେକ ଗ୍ରାମରେ ଗ୍ରାମ ରୋଜଗାର ସେବକ, ପି.ଇ.ଓ ଙ୍କ ବ୍ୟତିତ ଗାଁ ସାଥିଙ୍କୁ ମଧ୍ୟ ନିଯୁକ୍ତି କରାଯାଇଛି । ମାଲକାନଗିରି ଜିଲ୍ଲାରେ ମୁନିସପାଲଟି ଏବଂ ଏନଏସି ମିଶାଇ ପାୟ ୧୧୦ ରୁ ଉର୍ଦ୍ଧ୍ବ ପ୍ରତ୍ୟେକ ଫଚାୟତରେ କିଛି ଯୁବକଙ୍କୁ ଗାଁ ସାଥି ଭାବେ ନିଯୁକ୍ତି ଦିଆଗଲା କିନ୍ତୁ ଗାଁ ସାଥି ଗାଁର ପ୍ରତ୍ୟେକ କାର୍ଯ୍ୟ ତଦାରଖ କରୁଥିଲେ ମଧ୍ୟ ସେମାନଙ୍କୁ (ସମାନ କାମକୁ ସମାନ ଦରମା) ନିଜ କାର୍ଯ୍ୟ ଅନୁସାରେ ପ୍ରାପ୍ୟ ନମିଳିବା ସହ ବର୍ତମାନର ୨୦୨୦-୨୧ କୋଭିଡ୍ ସମୟରେ ଗାଁ ସାଥିଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି । ଏଣୁ ସେମାନଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ଦେବା ସହ ଏମ.ଜି.ଏନ.ଆର.ଇ.ଜି.ଏ କାମରେ କାର୍ଯ୍ୟରତ ହିତାଧିକାରୀ ମାନଙ୍କ ଭଳି ୧୦୦ ଦିନ ବଦଳରେ ୨୦୦ ଦିନ କାର୍ଯ୍ୟ ଦେବା ପାଇଁ ଦାବି କରିଛନ୍ତି । ଏଥି ସହ ହିତାଧିକାରୀ ମାନଙ୍କୁ ୨୧୫ ଟଙ୍କା ବଦଳରେ ୩୦୦ ଟଙ୍କା ଦେବା ପାଇଁ ମଧ୍ୟ ଦାବିପତ୍ର ଅତିରିକ୍ତ ଜିଲ୍ଲାପଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି ।