ନିଆଁରେ ପୋଡି ମହିଳା ମୃତ

ମାଲକାନଗିରି: ମାଲକାନଗିରି ଥାନା ଅନ୍ତର୍ଗତ ଏମଭି- ୪ ଗ୍ରାମରେ କାଠ ଚୁଲିରେ ରୋଷେଇ କରୁଥିବାବେଳେ ଅସାବଧାନତା ଯୋଗୁଁ ନିଆଁରେ ପୋଡି ହୋଇ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ଏମଭି ୪ ଗ୍ରାମର ଫୁଲିନି ମୁର୍ମୁ । ସେ ଘରେ କାଠ ଚୁଲିରେ ରୋଷେଇ କରିବା ସମୟରେ ଶାଢୀରେ ନିଆଁ ଲାଗି ଯାଇଥିଲା । ନିଆଁ ଖୁବ ଶୀଘ୍ର ଶରୀର ସବୁ ଆଡେ ବ୍ୟାପି ଯାଇଥିଲା । ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ପହଞ୍ଚି ନିଆଁ ଲିଭାଇଥିଲେ । ସେତେବେଳକୁ ଶରୀରରେ ୮୦ ଭାଗ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଫୁଲିନିଙ୍କ ମୃତ୍ୟୁ ହୋଇଥିଲା । ଖବର ପାଇ ମାଲକାନଗିରି ଥାନା ପୋଲିସ ମୁଖ୍ୟଚିକିତ୍ସାଳୟରେ ପହଞ୍ଚି ଶବ ଜବତ କରିବା ସହ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।