ନୂଆଦିଲ୍ଲୀ/ ଭୁବନେଶ୍ୱର: ଦଶହରାପାଖେଇ ଆସିଥିବା ବେଳେଦେଶରେ ଗହମକୁ ନେଇ ଚିନ୍ତାବଢ଼ିଛି । ଗହମ ଦାମ୍ ଅ ।ଠ ମାସରସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଛି ।ମାତ୍ର ଓଡ଼ିଶା ବଜାରରେ ଏହାର
ପ୍ରଭାବ ଅନୁଭୂତ ହୋଇନାହିଁ । ଏସମ୍ପର୍କରେ ଓଡ଼ିଶା ବ୍ୟବସାୟୀମହାସଂଘର ମହାସଚିବ ସୁଧାକରପଣ୍ଡା କହିଛନ୍ତି ଯେ ଦେଶରେ ଗହମଦାମ୍ରେ ଯେଉଁ ବୃଦ୍ଧି ହୋଇଥିବାକଥା କୁହାଯାଉଛି ତାହାର ପ୍ରଭାବ
ଓଡ଼ିଶାରେ ଅନୁଭୂତ ହୋଇନି ।ବଜାରରେ କେଜି ପିଛା ୩୫-୪୦ଟଙ୍କାରେ ଗହମ ବିକ୍ରି ହେଉଛି ।ରାଜ୍ୟର ବାର୍ଷିକ ଗହମ ଚାହିଦାହେଉଛି ୨୫ ଲକ୍ଷ ଟନ୍ । ସେହିଅନୁସାରେ ପ୍ରତି ମାସରେ ୨ ଲକ୍ଷ
ଟନ୍ରୁ ଅଧିକ ଗହମ ଓଡ଼ିଶାକୁଦରକାର । ସରକାରୀ ଯୋଜନା ଓଖୋଲା ବଜାରରେ ହେଉଥିବା ବିକ୍ରିଜରିଆରେ ଗହମ ଚାହିଦା ପୂରଣହେଉଛି । ରାଜ୍ୟକୁ ଦୁଇ ପ୍ରକାରଗହମ ଆସୁଥିବା ଶ୍ରୀ ପଣ୍ଡା କହିଛନ୍ତି ।
ଗୋଟିଏ ହେଉଛି ଟ୍ରେଡିଂ ମାନରଗହମ ଓ ଅନ୍ୟଟି ହେଉଛି ମିଲ୍କୁଯାଉଥିବା ଗହମ । ଟ୍ରେଡିଂ ଲାଗିଆସୁଥିବା ଗହମ ପରିମାଣ ନଗଣ୍ୟସ୍ତରରେ ଥିବା ବେଳେ ରାଜ୍ୟକୁମିଲିଂ ଗହମ ଅଧିକ ଆସୁଛି । ଅଟା,
ମଇଦା ଓ ସୁଜି ଭଳି ଉତ୍ପାଦଆକାରରେ ମଧ୍ୟ ଗହମ ବଜାରକୁଆସୁଛି ବୋଲି ସେ କହିଛନ୍ତି । କିନ୍ତୁ,ଜାତୀୟ ବଜାରରେ ଗହମର ଟନ୍ପିଛା ଦାମ୍ ୨୭,୩୯୦ ଟଙ୍କାକୁବୃଦ୍ଧି ପାଇଛି । ଏଥି ସହିତ ଗହମ
ଦାମ୍ ଆଠ ମାସର ସର୍ବୋଚ୍ଚ ସ୍ତରରେପହଞ୍ଚିଛି । ଗତ ଛଅ ମାସ ଭିତରେଗହମ ମୂଲ୍ୟ ପ୍ରାୟ ୨୨ ପ୍ରତିଶତବୃଦ୍ଧି ପାଇଛି । ଅଟା କଳ ମହାସଂଘରସଭାପତି ପ୍ରମୋଦ କୁମାର ଏସ୍କହିଛନ୍ତି ଯେ ଉତ୍ସବ ଋତୁ
ଚାଲିଥିବାରୁ ଗହମ ଚାହିଦା ବଢ଼ିଛି ।ସ୍ଥାନୀୟ ବଜାରରେ ଦାମ୍ କମ୍କରିବା ଲାଗି ଶୁଳ୍କ ମୁକ୍ତ ଆମଦାନିଲାଗି ସରକାର ଅନୁମତି ଦେବାଉଚିତ । କିନ୍ତୁ ଗତ ମାସରେ ଖାଦ୍ୟସଚିବ ସଞ୍ଜୀବ ଚୋପ୍ରା ସ୍ପଷ୍ଟ
କରିଥିଲେ ଯେ ଗହମ ଆମଦାନିଉପରେ ଲଗାଯାଇଥିବା ୪୦ପ୍ରତିଶତ ଟିକସ କମ୍ କରିବାରକୌଣସି ଯୋଜନା ନାହିଁ । ଚଳିତମାସ ପହିଲାରେ ସରକାରୀଗୋଦାମରେ ୨୪ ନିୟୁତ ଟନ୍ ଗମ୍ଥିଲା । ପାଞ୍ଚ
ବର୍ଷର ବାର୍ଷିକ ହାରାହାରିଷ୍ଟକ୍ ୩୭.୬ ନିୟୁତ ଟନ୍ରୁ ତାହାକମ୍ । ଫିଲିପ୍ସ କ୍ୟାପିଟାଲ୍ ଇଣ୍ଡିଆରକମୋଡିଟି ରିସର୍ଚ୍ଚ ମୁଖ୍ୟ ଅଶ୍ୱିନୀବନସୋଦ କହିଛନ୍ତି ଯେ ଅ ।ମଦାନିକରାଯାଉନଥିବାରୁ ଗହମ ଦାମ୍
ବଢ଼ୁଛି । ସରକାର ମଧ୍ୟ କମ୍ ଗହମସଂଗ୍ରହ କରିଛନ୍ତି । ଚଳିତ ବର୍ଷଚାଷୀମାନଙ୍କଠାରୁ ସରକାର ୨୬.୨ନିୟୁତ ଟନ୍ ଗହମ ସଂଗ୍ରହ କରିଛନ୍ତିଯାହା ଧାର୍ଯ୍ୟ ଲକ୍ଷ୍ୟ ୩୪.୧୫ ନିୟୁତଟନ୍ଠାରୁ କମ୍ । ଜଳବାୟୁରେ ଏଲ୍-ନିନୋ ପ୍ରଭାବ ଥିବାରୁ ଫସଲଉତ୍ପାଦନ ପ୍ରଭାବିତ ହେବାର ଆଶଙ୍କାରହିଛି । ଚଳିତ ବର୍ଷ ୧୧୨.୭୪ନିୟୁତ ଟନ୍ ଗହମ ଉତ୍ପାଦନହେବ ବୋଲି ସରକାର ଆକଳନକରିଛନ୍ତି । ମାତ୍ର ବ୍ୟବସାୟୀମାନଙ୍କ ସଂଘ ଅନୁସାରେ ପ୍ରକୃତଉତ୍ପାଦନ ସରକାରୀ ଆକଳନଠାରୁ ୧ ପ୍ରତିଶତ କମ୍ ରହିବ ।