ଭୁବନେଶ୍ୱର : ମ୍ୟୁଟେସନ ଭୁତାଣୁର ଏକ ସ୍ୱାଭାବିକ ପ୍ରକ୍ରିୟା । ଭାରିଆଂଟ ପାଇଁ ଅଧିକ ଚିନ୍ତା କରିବାର ଆବଶ୍ୟକତା ଏବେ ନାହିଁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।
ସେ କହିଛନ୍ତି ଏଣ୍ଡେମିକ ସମୟକୁ ଫେରିବାକୁ ହେଲେ ମୃତ୍ୟୁସଂଖ୍ୟା ସମ୍ପୂର୍ଣ୍ଣ କମିବା ଦରକାର । ଥାର୍ଡ ୱେଭ ଆସିଲେ ମୁକାବିଲା ପୂର୍ବ ଅପେକ୍ଷା ଜୋରଦାର ହେବ । ରୋଗ ପରିଚାଳନାରେ ଆମେ ଅଭିଜ୍ଞତା ପାଇ ଗଲେଣି । ସବୁ ୠତୁରେ କରୋନା ସକ୍ରିୟ ରହୁଛି । ଲୋକ ଟେଷ୍ଟ କରିବା ଧୀରେ ଧୀରେ କମାଇଦେଲେଣି । ରାଜ୍ୟରେ ଏବେ ବି ସାଢ଼େ ଚାରି ହଜାର ଲୋକ ସକ୍ରିୟ ଅଛନ୍ତି । ତେଣୁ ନିୟମିତ ଲକ୍ଷଣ ଆସିଲେ କିମ୍ବା ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଲେ, ଲୋକଙ୍କ ଯୋଗାଯୋଗରେ ଅଧିକ ଆସିଲେ ଟେଷ୍ଟ କରାଇନେବା ଜରୁରୀ । ଥାର୍ଡ ୱେଭ କଥା ଜାଣିବା ପାଇଁ ହେଲେ ଆମେ ଟାର୍ଗେଟ ଟେଷ୍ଟିଂ ବଜାୟ ରଖିବୁ ।
ଅପରପକ୍ଷରେ ବିଦେଶରୁ ଫେରିବା ପରେ ସଙ୍ଗରୋଧ ନିୟମ ଏବେ ବି ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଉଦବେଗଜନକ ଭାବରେ ସଂକ୍ରମଣ ବଢ଼ିଲେ ପୂର୍ବ ନିୟମ ହୁଏତ ଫେରିପାରେ ।