ଟିଟିଲାଗଡ : ଅହେତୁକ ଦରଦାମ ବୃଦ୍ଧି ପ୍ରତିବାଦରେ ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ ବିଜୁ ମହିଳା ଜନତା ଦଳ ତରଫରୁ ପୂର୍ବତନ ବ୍ଲକ ଅଧ୍ୟକ୍ଷା ଗୀତା ବିଶୀଙ୍କ ନେତୃତ୍ୱରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କେନ୍ଦ୍ର ସରକାରଙ୍କ ଦୋମୁହାଁ ନିତି, ଗରିବ ଲୋକଙ୍କୁ ଶୋଷଣ କରି ତଳିତଳାନ୍ତ କରୁଥିବା ଅଭିଯୋଗ କରିବା ସହ ବିଜେପି ସରକାର ତଥା ଦାଢ଼ିଆ ବାବା ହାଏ ହାଏ, ମୋଦି ବାବା ହାଏ ହାଏ, ବିଜେପି ସରକାର ଡାଉନ୍ ଡାଉନ୍ ସ୍ଳୋଗାନ ଦେଇଥିଲେ । ସଭା ସ୍ଥଳରେ ଖାଲି ଗ୍ୟାସ ଟାଙ୍କି ରଖି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପେଟ୍ରୋଲ ଡ଼ିଜେଲ ଦରଦାମ କମ କରାଯାଉ, ନିଜେ ପ୍ରଧାନମନ୍ତ୍ରୀ ମୋଦି ନିଜେ ଦାମିକିଆ କପଡା ପିନ୍ଧି ଦେଶ ଦେଶ ବୁଲି ଲୋକଙ୍କୁ ଭିକାରୀ କରି ଦେଲେଣି କିନ୍ତୁ ଓଡିଶାର ମୁଖ୍ୟମନ୍ତ୍ରୀ ଭଲ ରଣନୀତି ପାଇଁ ଦେଶରେ ଏକ ନମ୍ବର ମୂଖ୍ୟମନ୍ତ୍ରୀ ହୋଇପାରିଛନ୍ତି ବୋଲି କହିଥିଲେ ଗୀତାବିଶି ।ଅନ୍ୟ ମାନଙ୍କ ମଧ୍ୟରେ ଭାରତ ଦେଶରେ ଚାଲିଛି ଲୁଣ୍ଠନ ରାଜ ବୋଲି ଅଭିଯୋଗ କରିଥିଲେ ରଣଯିତ ପୃଷ୍ଟି । ସେହିପରି ବିଜେଡ଼ି ଦଳର ବରିଷ୍ଠ ନେତା ପ୍ରମୋଦ ପ୍ରଧାନ ଲୋକଙ୍କ ପଇସାରେ ପଞ୍ଜିପତିଙ୍କୁ ବ୍ୟାପାର ଦେଇ ଲୋକଙ୍କ ଆର୍ଥିକ ସ୍ଥିତି ଦୋହଲାଇ ଦେଲେଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ନୂତନ ପାର୍ଲିଆମେଣ୍ଟ କାହିଁକି ନିର୍ମାଣ କଲେ ଭଳି ପ୍ରଶ୍ନ କରିଥିଲେ କେନ୍ଦ୍ର ସରକାରଙ୍କୁ । ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ରମାକାନ୍ତି ପୁଟେଲ, ମୈତ୍ରୀ ସାହୁ, ସୁକାନ୍ତି ପାଢ଼ୀ ଏବଂ ଅନ୍ୟାନ୍ୟ ମହିଳା ନେତ୍ରୀ ମାନେ ନିଜର ବକ୍ତବ୍ୟ ରଖିଥିଲେ ।