ଟିଟିଲାଗଡ଼ ପୋଲିସର ବଡ ସଫଳତା, ସାତ ଡକାୟତଙ୍କୁ ଧରି କଲେ କୋର୍ଟ ଚାଲାଣ

ଟିଟିଲାଗଡ଼ : ବଲାଙ୍ଗିର ଏସପିଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ଼ ଏସଡିପି ଓ ଶ୍ରୀସୁରେନ୍ଦ୍ରନାଥ ଶତପଥୀ ଏବଂ ଥାନାଧିକାରୀ ରଞ୍ଜନ କୁମାର ବରିହା ଶିହିନି ପଞ୍ଚାୟତର ବଛାଯୁଝା ଗ୍ରାମପଟେ ସୋମବାର ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ବୋଲେରୋ ସନ୍ଦେହପୂର୍ଣ୍ଣ ଭାବେ ଛିଡ଼ା ହୋଇଥିବା ଦେଖି ପୋଲିସ ଗାଡ଼ି ସେହି ବୋଲେରୋ ପାଖକୁ ଯିବାକ୍ଷଣି ବୋଲେରୋରୁ ଜଣେ ଦଉଡ଼ି ଦଉଡ଼ି ପଳେଇଲା, ପୋଲିସ ଏହାଦେଖି ସେହି ବ୍ୟକ୍ତିକୁ ଗୋଡେଇ ଧରିଲା, ତାକୁ ଧରି ପଚାରିବାରୁ ଚିନୁସାହୁ ଯିଏ କି ବହୁତ ମାମଲାରେ ଜଡିତ ଥିବା ଜଣାପଡ଼ିଲା, ତା ସହ ଅନ୍ୟମାନ ଛ ଜଣଙ୍କୁ ପୋଲିସ ଧରିବା ସହ ବୋଲେରୋ ଗାଡ଼ି ନମ୍ବର OD02C0330 କରି ଥାନାକୁ ଅଣାଗଲା । ପୋଲିସ ପଚରାଉଚୁରା କରିବାରୁ ବଙ୍ଗୋମୁଣ୍ଡା ଅଞ୍ଚଳର ଜଣେ ବଡ ଧନୀଲୋକ ଘରୁ ଡକାୟତି ଉଦ୍ୟମ କରିବାର ଯୋଜନା କରିବାକୁ ଯିବା ଯୋଜନା କରିଥିଲେ। ପୋଲିସ ଗୋଟିଏ ପିସ୍ତଲ, ବିଭିନ୍ନ ମାରଣାସ୍ତ୍ର ଜବତ ହୋଇଛି। ମଙ୍ଗଳବାର ସଂଧ୍ୟା ସମୟରେ ସମସ୍ତ ଡକାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।