ଟ୍ରାକ୍ଟର ର୍ୟାଲିକୁ ଦିଲ୍ଲୀ ପୋଲିସର ଅନୁମତି
ବିଶୃଙ୍ଖଳା ସୃଷ୍ଟି କରିାରେ ପାକିସ୍ତାନ !
ମୁମ୍ବାଇ ଅଭିମୁଖେ ହଜାର ହଜାର ଚାଷୀ
ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ସମାନ୍ତରାଳ ଭାବେ ଚାଲିବ ଟ୍ରାକ୍ଟର ଓ ଟ୍ୟାଙ୍କ୍ । ରାଜପଥରେ ସେନା ପରେଡ୍ ପ୍ରଦର୍ଶନ କରିବା ବେଳେ ରିଂ ରୋଡ୍ରେ ଚାଷୀ କରିବେ କିଷାନ ଗଣତନ୍ତ୍ର ପରେଡ୍ । ଗୋଟିଏ ପଟେ ଟ୍ୟାଙ୍କ ଚାଲୁଥିବା ବେଳେ ଅନ୍ୟପଟେ ଚାଲିବ ଟ୍ରାକ୍ଟର । ପୋଲିସ ପକ୍ଷରୁ ଏଥିନେଇ ବିଧିବଦ୍ଧ ଅନୁମତି ମିଳିବା ପରେ ରିଂ ରୋଡ୍ରେ ଚାଷୀମାନେ ଟ୍ରାକ୍ଟର ର୍ୟାଲି କରିବେ । ୧୦୦ କିମି ଶାନ୍ତି ପୂର୍ଣ ପରେଡ ହେବ । ସନ୍ଧ୍ୟା ସୁଦ୍ଧା ପୁଣି ଚାଷୀମାନେ ସିିଂଘୁ ସୀମାକୁ ଫେରିଆସିବେ । ସାମିଲ ହେବ ୧ହଜାରରୁ ଉର୍ଦ୍ଧ୍ୱ ଟ୍ରାକ୍ଟର । ଶନିବାର ଅନୁମତି ମିଳିଥିବା ଚାଷୀଙ୍କ ଘୋଷଣା ପରେ ପଞ୍ଜାବ-ହରିଆନାରୁ ଶହ ଶହ ସଂଖ୍ୟାରେ ଟ୍ରାକ୍ଟର ଦିଲ୍ଲୀ ମୁହାଁ ହୋଇଛି । ଗତକାଲି ଅନୁମତି ମିଳିଥିବା ଚାଷୀଙ୍କ ଦାବି ପରେ ଦିଲ୍ଲୀ ପୋଲିସ କହିଥିଲା ପରେଡ ପାଇଁ ଲିଖିତ ଭାବେ ଜଣାଇନାହାନ୍ତି ଚାଷୀ ।
କିନ୍ତୁ ବିଧିବଦ୍ଧ ଭାବେ ଅନୁମତି ମିଳିବା ପରେ ମୁମ୍ବାଇ ଆଡକୁ ମାଡ଼ିଆସୁଛି ଚାଷୀ ସମୁଦ୍ର । ମହାରାଷ୍ଟ୍ରର ୨୧ଜିଲ୍ଲାର ହଜାର ହଜାର ଚାଷୀ ମୁମ୍ବାଇ ମୁହାଁ ହୋଇଛନ୍ତି । ଦିଳ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ପରେଡର ପୂର୍ବଦିନ ଏମାନେ ମୁମ୍ବାଇରେ ପ୍ରତିବାଦ କରିବେ । ନାସିକରେ ଛୋଟ ଛୋଟ ଚାଷୀ ସଂଗଠନ ଏକାଠି ହେବା ପରେ ଅଖିଳ ଭାରତୀୟ କିଷାନ ସଂଘ ବ୍ୟାନରରେ ମୁମ୍ବାଇ ଅଭିମୁଖେ ପଦଯାତ୍ରାରେ ବାହାରିଛନ୍ତି । ୮୦କିମି ପଦଯାତ୍ରାରେ ଚାଷୀ ଆସିବା ସହ ହାତରେ ପତାକା ଓ ବ୍ୟାନର ଧରି ସମୁଦ୍ରର ସୁଅ ଭଳି ମାଡି ଆସି ମୁମ୍ବାଇରେ ପହଞ୍ଚିଥିଲା ।
ଐତିହାସିକ ଆଜାଦ୍ ମୈଦାନରେ ସୋମବାର ବିଶାଳ ପ୍ରତିବାଦ ସଭା କରାଯିବ । ଏଥିରେ ଏନ୍ସିପି ମୁଖ୍ୟସାମିଲ ହେବା ସୂଚନା ମିଳିଛି । କୃଷି ଆଇନ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଉର୍ଦ୍ଧ୍ୱ ସମୟଧରି ଦିଲ୍ଲୀ ସୀମାରେ ଆନ୍ଦୋଳନରେ ବସିଛନ୍ତି ଚାଷୀ । ସରକାରଙ୍କ ସହ ତୁହାକୁତୁହା ଆଲୋଚନା ବିଫଳ ହୋଇଛି । ଏକାଦଶ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ଚେତାବନୀ ଦେଇଥିଲେ ଚାଷୀ । ଅନ୍ୟପକ୍ଷରେ ଟ୍ରାକ୍ଟର ର୍ୟାଲିକୁ ନେଇ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର ଦେବେନ୍ଦ୍ର ପାଠକ କହିଛନ୍ତି ଯେ, ବିଭିନ୍ନ ଗୁପ୍ତଚର ତଥା ଅନ୍ୟାନ୍ୟ ଏଜେନ୍ସି ମାଧ୍ୟମରେ ସୂଚନା ମିଳିଛି ଯେ, କିଛି ବ୍ୟକ୍ତି ଟ୍ରାକ୍ଟର ର୍ୟାଲିରେ ଅରାଜକତା ସୃଷ୍ଟି କରିବାକୁ ଯୋଜନା କରୁଛନ୍ତି । ଏହାବ୍ୟତୀତ ଗୁଜବ ପ୍ରଚାର କରିବା ପାଇଁ ପାକିସ୍ତାନର ୩୦୮ ଟ୍ୱିଟର ହ୍ୟାଣ୍ଡେଲ ପ୍ରସ୍ତୁତ କରାଯାଇଛି ।