ଟିଟିଲାଗଡ଼ : ବନୋ ମହୋତ୍ସବ ସପ୍ତାହ ପାଳନ ଉପଲକ୍ଷେ ଆଜି ସ୍ଥାନୀୟ ଓମ୍ ଭ୍ୟାଲି ସ୍କୁଲ ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଟିଟିଲାଗଡ଼ ତାଲୁକ ଆଇନ ସେବା ସମିତି ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୂଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ରାଜ କୁମାର ଦାଶ, ଅନ୍ୟତମ ଅତିଥି ଭାବେ ସିଭିଲ ଜଜ ସିନିୟର ଡିଭିଜନ ଶ୍ରୀ ରାଜୀବ ଲୋଚନ ସାହୁ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଚାର ବିଭାଗୀୟ କର୍ମଚାରୀ ଏବଂ ତାଲୁକ୍ ଆଇନ ସେବା ସମିତିର ସଦସ୍ୟ ଉତ୍ତମା ନାଏକ ଏବଂ ବାର ଆସୋସିଏସନର ସଭାପତି ଶ୍ରୀ ପ୍ରଭାସ ବହିଦାର, ସମ୍ପାଦକ ମହେଶ ମହାନ୍ତି, ମୋହନ ଲାଲ ଜୈନ୍, ସୁଧିର କୁମାର ମିଶ୍ର, ସୁଶାନ୍ତ କୁମାର ଦୀପ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଓମ ଭ୍ୟାଲି ସ୍କୁଲର ପି ଆର ଓ ଦୀପକ ସମ୍ମାଦ୍ଦ।ର ।