୨୬ରୁ ଆଦିବାସୀ ମେଳା

ଭୁବନେଶ୍ୱର: ଆସନ୍ତା ଜାନୁଆରୀ ୨୬ରୁ ଭୁବନେଶ୍ୱର ୟୁନିଟ-୧ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା । ଏହି ମେଳା ଫେବ୍ରୁଆରୀ ୯ ତାରିଖ ଯାଏ ଚାଲିବ । ଦୈନିକ ପୂର୍ବାହ୍ନ ୧୧ ଟାରୁ ସଂଧ୍ୟା ୭ଟା ଯାଏ ଚାଲିବ ମେଳା । କୋଭିଡ୍ ନିୟମ ମାନି ମେଳା ଆୟୋଜନ କରାଯିବାକୁ ନିଷ୍ପତି ହୋଇଛି ।

ଏହାପୂର୍ବର୍ରୁ ବୁଧବାର ଦିନ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଲୋକସେବା ଭବନ ଠାରେ ଦି ସୋସିଆଲ ମିଡିଆ ପ୍ଲାନ୍ ର ଶୁଭାରମ୍ଭ କରିଛନ୍ତିି । ଏହାଦ୍ୱାରା ଆଦିବାସୀ ମେଳା ବୁଲିବାକୁ ଆସିପାରୁନଥିବା ଦର୍ଶକ ଭର୍ଚୁଆଲ ମୋଡ୍ ରେ ମେଳା ପରିଦର୍ଶନ କରିପାରିବେ ।