ଜିଲ୍ଲା ସିନାପାଲି ବ୍ଲକ୍ ମଖାପଦର ପଞ୍ଚାୟତ ଅନ୍ତର୍ଗତ ଚଉଁରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଉକ୍ତ ଗ୍ରାମ ପାଖରେ ଥିବା ଏକ ଚହଲାକୁ ଗାଧୋଇବାକୁ ଯାଇ ଦୁଇ ଶିଶୁ ପାଣିରେ ବୁଡ଼ି ଯାଇ ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସୂଚନାରୁ ପ୍ରକାଶ ଯେ, ଗତ ଗୁରୁବାର ଦିନ ଉକ୍ତ ଶିଶୁ ଦ୍ୱୟ ବିଦ୍ୟାଳୟରୁ ପାଠ ପଢା ସାରି ଘରକୁ ଆସିଥିଲେ ଏବଂ ପରେ ଗାଁ ନିକଟସ୍ଥ ଏକ ଚହଲା କୁ ଗାଧୋଇବାକୁ ଯାଇଥିଲେ ।
ଚହଲା ରେ ଗାଧୋଇବାକୁ ଯାଇ ଗଭୀର ପାଣିରେ ବୁଡ଼ି ଯାଇ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିବା ଜଣା ପଡିଛି ଶିଶୁ ଦ୍ୱୟ ହେଲେ ପୂର୍ଣ୍ଣ ବନ୍ଧିଚୋରଙ୍କ ପୁଅ ବୃଷଭ ବନ୍ଦୀଛୋର (୧୦) ଓ ସନ୍ତୋଷ ବନ୍ଧିଚୋରଙ୍କ ପୁଅ ଅମିତ ବନ୍ଦୀଛୋର (୬) ବୋଲି ଜଣାପଡ଼ିଛି । ଖବର ପାଇଁ ପରିବାର ଲୋକେ ଶିଶୁ ଦ୍ୱୟଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ହେଲେ ପହଞ୍ଚିବା ପୂର୍ବରୁ ସେମାନଙ୍କ ମୃତ୍ୟୁ ହୋଇ ସାରିଥିବା ଡାକ୍ତର ମୋନାଳୀ ପ୍ରିୟଦର୍ଶିନୀ ପ୍ରକାଶ କରିଛନ୍ତି । ରାତ୍ରି ହୋଇ ଯାଇଥିବାରୁ ଶବ ବ୍ୟବଚ୍ଛେଦ ହୋଇ ପାରି ନ ଥୁବା ବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ଡାକ୍ତର ମୋନାଲିସା ସୂଚନା ଦେଇଛନ୍ତି । ଏହି ଘଟଣାକୁ ନେଇ ଗାଁରେ ଶୋକା କୁଲ ପରିବେଶ ସୃଷ୍ଟି ହୋଇଛି । ଏମାନେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ।