ପୋଲିସ ଡିଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ୨ ହାର୍ଡକୋର ମାଓବାଦୀ

ମାଲକାନଗିରି : ମାଓବାଦୀଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରାଇ ଆଣିବା ଉଦ୍ୟମରେ ଓଡ଼ିଶା ପୋଲିସକୁ ସଫଳତା । ମାଲକାନଗିରିରେ ପୋଲିସ ଡିଜି ଅଭୟଙ୍କ ନିକଟରେ ୨ ଜଣ ହାର୍ଡକୋର ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ଦୁଇ ମାଓବାଦୀ ହେଲେ ଏରିଆ କମିଟି ମେମ୍ବର ସବିତା ଓ ପାର୍ଟି ମେମ୍ବର ରାଇଧର । ଆଜି ପୋଲିସ ଡିଜି ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇଥିବା ବେଳେ ଦୁଇ ମାଓବାଦୀ ତାଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସବିତା ନାଁରେ ୨ ଲକ୍ଷ ଓ ରାଇଧର ନାଁରେ ଲକ୍ଷେ ଟଙ୍କା ପୁରସ୍କାର ରାଶି ଥିଲା । ବହୁ ଦିନରୁ ଏମାନେ ମାଓ ସଂଗଠନ ସହିତ ଜଡିତ ଥିଲେ । ସଂଗଠନର ବିଚାରଧାରାରେ ବିତସ୍ପୃହ ହୋଇ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଯୋଜନା କରିଥିଲେ । ଏବେ ସଂଗଠନରେ କରୋନା ମାଡୁଥିବାରୁ ଭୟଭୀତ ହୋଇ ଲାଲବାହିନୀର ହାତ ଛାଡିଛନ୍ତି ସରିତା ଓ ରାଇଧର ।

ପୋଲିସ ଡିଜି ଅଭୟ ଆଜି କୋରାପୁଟ, ମାଲକାନଗିରି ଜିଲ୍ଲା ଗସ୍ତରେ ଯାଇ ମାଓ ଦମନ ରଣନୀତି ଓ ସ୍ଥିତି ସମୀକ୍ଷା କରୁଛନ୍ତି ।