ଥାନା ପରିସରରେ ଦୁଇ କଲରାପତରିଆ ବାଘ ଛୁଆ

ଭବାନୀପାଟଣା: ଖାଦ୍ୟ ଅନ୍ୱେଷଣରେ ଦୁଇ ବାଘ ଛୁଆ ଗତକାଲି ରାତିରେ ଆମପାଣି ଥାନା ପରିସରକୁ ଚାଲି ଆସିଥିବା ସୂଚନା ମିଳିଛି । ୨ଟି କଲରାପତରିଆ ବାଘ ଛୁଆ ଆସିଥିବା ସିସିଟିଭି ଚିତ୍ରରୁ ଜଣାପଡିଛି । ଅନ୍ୟପକ୍ଷରେ ଏହି ଦୁଇଟି ଯାକ କଲରପତରିଆ ବାଘ ଛୁଆ ଥିବା ସ୍ପଷ୍ଟ କରିଛନ୍ତି ବନ ବିଭାଗ ଅଧିକାରୀ । ଆଖପାଖ ଅଂଚଳର ଗ୍ରାମବାସୀ ଏନେଇ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

ପ୍ରକାଶ ଥାଉକି, ଗତ କିଛି ଦିନ ପୂର୍ବେ ଏକ କଲରାପତରିଆ ବାଘ ଆମପାଣି ଘାଟିରେ ବୁଲୁଥିବା ଦେଖିବାକୁ ମିଳିଥିଲା । ଅନ୍ୟପକ୍ଷରେ ଦୁଇଟି ଛୁଆ ବାଘ ଦେଖାଦେବା ପରେ ମା ବାଘ ମଧ୍ୟ ଆଖପାଖରେ ରହିଥିବା ଅନୁମାନ କରାଯାଉଛି ।