ରାଉରକେଲା: ଶିକ୍ଷା ଓ ସ୍ୱାସ୍ଥ୍ୟ ସୁଶାସନର ଦୁଇଟି ଗୁରୁତ୍ୱୂର୍ଣ ସ୍ତମ୍ଭ । ଦୁଇଟି ସ୍ତମ୍ଭ ଆଧାରରେ ସୁଶାସନ ପ୍ରତିଷ୍ଠିତ ହୋଇଥାଏ ବୋଲି ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି । ବହୁ ପ୍ରତୀକ୍ଷିତ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଓ ସୁର ସ୍ପେଶିଆଲିଟି ହସ୍ପିଟାଲ ଲୋକାର୍ପଣ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି, ରାଉରକେଲା ସହରର ନାମ, ବହୁତ ପ୍ରଭାବି କରିବା ଭଳି ।
ସ୍ଥାନୀୟ “ସାଦ୍ରୀ’ ଭାଷାରେ “ରାଉର’ ଅର୍ଥ ହେଉଛି ଆପଣଙ୍କର ଏବଂ “କେଲା’ ଅର୍ଥ ହେଉଛି ଗାଁ । ଅର୍ଥାତ୍ ରାଉରକେଲା ହେଉଛି ଆପଣଙ୍କର ଗାଁ । ଅତିଥିଙ୍କ ପାଇଁ ଆତ୍ମିୟତା ପ୍ରଦର୍ଶନ କରିବା ନିମନ୍ତେ ଏହା ହେଉଛି ଏକ ଅଦ୍ଭୁତ ଶେଳୀ । ସୁପର ସ୍ପେଶିଆଲିଟି ହସ୍ପିଟାଲର ଲୋକାର୍ପଣ ପାଇଁ ଆଜି ମୁଁ ରାଉରକେଲା ଅର୍ଥାତ୍ ଆପଣଙ୍କ ଗାଁରେ ଉପସ୍ଥିତ ଅଛି ବୋଲି କହିଥିଲେ ।
ସେ ଆହୁରି ମଧ୍ୟ କହିଛନ୍ତି, ଆର୍ଏସ୍ି, ଏନ୍ଆଇଟି ଓ ବିଜୁଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ ଆଜି ରାଉରକେଲାର ପରିଚୟ । ଓଡ଼ିଶା ଭାରତକୁ ଅନେକ ହକି ଖେଳାଳି ଦେଇଛି ଯେଉଁମାନେ ସୁନ୍ଦରଗଡ଼ ଜିଲ୍ଲାର । ଓଡ଼ିଶାର ଖେଳାଳି ହକିରେ ନିଜର ପ୍ରଦର୍ଶନକୁ ନୂତନ ଶିଖରକୁ ନେଇଯିବେ ।
କରୋନା ମହାମାରୀ ଆମକୁ ଅନେକ ଗୁରୁତ୍ୱୂର୍ଣ୍ଣ ଶିକ୍ଷା ଦେଇଛି । ସମ୍ପ୍ରତି ସାରା ବିଶ୍ୱରେ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦିଆଯାଉଛି । ଆମେ ମଧ୍ୟ ପ୍ରାଥମିକ ସ୍ୱାସ୍ଥ୍ୟସେବାରେ ଅନେକ ନିବେଶ କରିଛୁ ବୋଲି କହିଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ସୁପର ସ୍ପେଶିଆଲିଟି ହସ୍ପିଟାଲ ଓ ଇସ୍ପାତ ସ୍ନାତକୋତ୍ତର ପ୍ରତିଷ୍ଠାନ ଗରିବ କଲ୍ୟାଣର ଅନ୍ୟନ୍ୟ ପ୍ରୟାସ । ଓଡ଼ିଶା ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ଖୁବ୍ଶୀଘ୍ର ସୁନ୍ଦରଗଡ଼ ଏନ୍ଟିପିସି ଓ ସୁପର ସ୍ପେଶିଆଲିଟି ହସ୍ପିଟାଲରେ ମେଡିକାଲ କଲେଜ ଆରମ୍ଭ ହେବ । ଏଥିରେ କାହା ମନରେ ଶଙ୍କା ନ ରହୁ । ସିଏସ୍ଆର୍ ପାଙଋିରେ ଆର୍ଏସପି ସୁନ୍ଦଗଡକୁ ଜଙ୍ଗଲମୟ କରୁ ବୋଲି କହିଥିଲେ ।
ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ଇସ୍ପାତ ରାଜ୍ୟମନ୍ତ୍ରୀ ଫଗନ ସିଂହ କୁଲସ୍ତେ, ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ । ଏହି ଅବସରରେ ସେଲ୍ ଅଧ୍ୟକ୍ଷା ସୋମା ମଣ୍ଡଳ ଧନ୍ୟବାଦ ଦେଇଥିଲେ । ଲୋକାର୍ପଣ ପରେ ରାଷ୍ଟ୍ରତି ସୁର ସ୍ପେଶିଆଲିଟି ହସ୍ପିଟାଲର “ମଡେଲ୍’ ସହ ବିଭିନ୍ନ ବିଭାଗ ବୁଲି ଦେଖିଥିଲେ ।
ଛାତ୍ରଛାତ୍ରୀଙ୍କୁ ଦେଲେ ଗୁରୁମନ୍ତ୍ର ବିନା ଚାପରେ ନିଷ୍ପତ୍ତି ନେବା ଶିଖ:
ଦେଶର ଟେକ୍ନୋଲୋଜି କ୍ଷେତ୍ରରେ ଏନ୍ଆଇଟିର ଭୂମିକା ପ୍ରଶଂସନୀୟ । ସମାଜ ପ୍ରତି ଏହି ଇନ୍ଷ୍ଟିଚ୍ୟୁଟ୍ର ଛାତ୍ରଛାତ୍ରୀଙ୍କ ବିଶେଷ ଅବଦାନ ରହିଛି ବୋଲି ଆଜି ସକାଳେ ନିଟ୍ର ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହା କହିଛନ୍ତି । ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ କେତେକ ପରାମର୍ଶ ମଧ୍ୟ ଦେଇଛନ୍ତି । ସେ କହିଛନ୍ତି, ଥକି ନଯାଇ ଆଗକୁ ବଢ଼ିଚାଲ । ନିଜକୁ କ’ଣ ଭଲ ଲାଗୁଛି ସେଇଟା ନିଜେ ବାଛ । ବିନା ଚାପରେ ନିଷ୍ପତ୍ତି ନେବା ଶିଖ ବୋଲି ଏନ୍ଆଇଟି ଛାତ୍ରଛାତ୍ରୀଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ରାଷ୍ଟ୍ରପତି । ଏଥିସହିତ ସେ କହିଛନ୍ତି ଯେ, ସଫଳ ହେବା ପରେ ସମାଜକୁ ଭୂଲି ନଯାଇ ପ୍ରତି ବଦଳରେ ଆମକୁ କିଛି ଦେବାକୁ ପଡ଼ିବ । ଏହି ସମାବର୍ତ୍ତନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ ।