ପୁରୀ : ଶ୍ରୀମନ୍ଦିର ପରିସରରେ ଥିବା ଆନନ୍ଦ ବଜାରରେ ଦୁଇ ସେବାୟତଙ୍କ ମଧ୍ୟରେ ଉଚ୍ଚବାଚ ଓ ହାତାହାତି ହୋଇଥିଲେ । ଏଥିରେ ହରେକୃଷ୍ଣ ସୁଆର ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏ ସମ୍ପର୍କରେ ସିଂହଦ୍ୱାର ଥାନାରେ ଆହତ ସେବାୟତ ହରେକୃଷ୍ଣ ଲିଖିତ ଅଭିଯୋଗ ଦାୟର୍ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି ।