ଆମେରିକାର ସଂସଦ ଆନୁଷ୍ଠାନିକ ଭାବେ ଜୋ ବାଇଡେନ୍‌ଙ୍କ ବିଜୟକୁ ଅନୁମୋଦନ କରିଛି: ୨୦ରେ ଦାୟିତ୍ୱ ନେବେ ବାଇଡେନ୍‌

ୱାଶିଂଟନ୍: ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ନିର୍ବାଚିତ ହୋଇଥିବା ନେଇ ଆମେରିକା କଂଗ୍ରେସ ସାମ୍ବିଧାନିକ ମୋହର ମାରିବା ପରେ, ଏକ ବିବୃତ୍ତି ଜାରି କରି ଡୋନାଲ୍ଡ ଟ୍ରମ୍ପ ତାଙ୍କ ପରାଜୟକୁ ସ୍ୱୀକାର କରିଛନ୍ତି । ଟ୍ରମ୍ପ ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ, ଏହା ତାଙ୍କର ଐତିହାସିକ ତଥା ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳର ସମାପ୍ତ ହୋଇଛି । ନିର୍ବାଚନ ଫଳାଫଳ ସହିତ ସେ ସଂପୂର୍ଣ୍ଣ ସହମତ ନୁହନ୍ତି, କିନ୍ତୁ ଜାନୁଆରୀ ୨୦ରେ କ୍ଷମତା ହସ୍ତାନ୍ତର କରିବେ ବୋଲି କହିଛନ୍ତି । ସିଏନ୍ଏନ୍ ଅନୁଯାୟୀ, ଟ୍ରମ୍ପଙ୍କ କହିଥିଲେ ଯେ, ସେ ସର୍ବଦା ଆଇନଗତ ଭୋଟ୍ ପାଇଁ ଲଢ଼େଇ ଜାରି ରଖିବେ ଏବଂ ନିର୍ବାଚନରେ ​ ନିଜର ପାରଦର୍ଶିତା ଦେଖାଇବେ । ଏହା ତାଙ୍କର ପ୍ରଥମ ଏବଂ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଶେଷ । ଆମେରିକାକୁ ମହାନ ଦେଶ ଭାବେ ଗଢ଼ି ତୋଳିବା ପାଇଁ ଏହି ଲଢ଼େଇ ଆରମ୍ଭ ମାତ୍ର । ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଟ୍ରମ୍ପ୍ ତାଙ୍କ ବୟାନରେ କହିଛନ୍ତି କି, ‘ମୁଁ ସବୁବେଳେ କହିଛି କି ସଠିକ୍ ଉପାୟରେ କିଭଳି ମତଦାନ ହୋଇପାରିବ ତାହା ଉପରେ ପ୍ରୟାସ ଜାରି ରଖିବି ଓ ନିର୍ବାଚନର ଫଳାଫଳକୁ କିଭଳି ଭାବେ ସ୍ୱଚ୍ଛ କରିହେବ ସେ ନେଇ ଚେଷ୍ଟା କରିବି। ଏବେ ମୋର ପ୍ରଥମ ଓ ଐତିହାସିକ ରାଷ୍ଟ୍ରପତି କାର୍ଯ୍ୟକାଳର ଅନ୍ତ ଘଟିଲା । ଆମେରିକାକୁ ପୃଥିବୀର ଶ୍ରେଷ୍ଟ ରାଷ୍ଟ୍ରଭାବେ ଗଢିତୋଳିବାର ଏହା ମୋର ପ୍ରଥମ ପର୍ଯ୍ୟାୟ ପ୍ରୟାସ ।’ ଆମେରିକା କଂଗ୍ରେସ ଡେମୋକ୍ରେଟିକ୍ ପାର୍ଟିର ପ୍ରାଥୀ ଜୋ- ବାଇଡେନଙ୍କ ବିଜୟ ଉପରେ ମୋହର ଲଗାଇଛନ୍ତି । ଆମେରିକା କଂଗ୍ରେସ ଇଲେକ୍ଟ୍ରୋକାଲ କଲେଜ ଗଣତି ପରେ ବାଇଡେନଙ୍କୁ ବିଜୟୀ ଘୋଷଣା କରିଛନ୍ତି । ବାଇଡେନଙ୍କ ବ୍ୟତୀତ କମଲା ହାରିସଙ୍କୁ ଉପରାଷ୍ଟ୍ରପତି ପଦ ପାଇଁ ମଧ୍ୟ ବିଜୟୀ ଘୋଷଣା କରାଯାଇଛି ।