ଯୁବ ଦିବସରେ ଶୁଭକାମନା ଜଣାଇଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁୁବନେଶ୍ୱର: କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୁବ ଦିବସରେ ଶୁଭକାମନା ଜଣାଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ଯୁବକ ମାନଙ୍କର ପ୍ରେରଣା ସ୍ରୋତ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ତାଙ୍କୁ କୋଟି କୋଟି ନମନ ଓ ସମସ୍ତ ଯୁବ ସାଥୀ ମାନଙ୍କୁ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ଶୁଭକାମନା । ସ୍ୱାମୀଜୀ ନିଜର ଓଜସ୍ୱୀ ବିଚାର ଦ୍ୱାରା ବିଶ୍ୱସାରା ଭାରତୀୟ ସଂସ୍କୃତିର ଗଭୀର ଛାପ ଛାଡିଛନ୍ତି । ତାଙ୍କର ଶିକ୍ଷା ଆଜି ମଧ୍ୟ ସମଗ୍ର ବିଶ୍ୱ ପାଇଁ ପ୍ରେରଣାଦାୟୀ ଓ ପ୍ରାସଙ୍ଗିକ ଅଟେ ।