ଭୁବନେଶ୍ୱର : ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତି ବିଦ୍ୟା ପ୍ରୟୋଗ ଓ ଅଭିନବ ସମାଧାନ ପନ୍ଥା ପାଇଁ ସମ୍ମାନଜନକ ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ୨୦୨୦ (ଏନଇସିଏ)ରେ ଦୁଇଟି ପ୍ରଥମ ପୁରସ୍କାର ଲାଭ କରିଛି । ଭାରତ ସରକାରଙ୍କ ବ୍ୟୁରୋ ଅଫ ଏନର୍ଜି ଦକ୍ଷତା (ବିଇଇ) ଦ୍ୱାରା ପ୍ରତିଷ୍ଠିତ ଏନଇସିଏ ପୁରସ୍କାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଓøଦ୍ୟୋଗିକ କ୍ଷେତ୍ରରେ ସର୍ବୋକ୍ରୃଷ୍ଟ ବ୍ୟବସାୟରେ ଅଂଶଗ୍ରହଣ ଏହାର ଉଦାହରଣ । ୧୧ ଜାନୁଆରୀ ୨୦୨୧ରେ ଆୟୋଜିତ ଭର୍ଚୁଆଲ ପୁରସ୍କାର ବିତରଣ ଉତ୍ସବରେ ବେଦାନ୍ତ ଲିମିଟେଡର ଝାରସୁଗୁଡ଼ା (ଓଡ଼ିଶା) ସ୍ମେଲଟର-୧ ଆଲୁମିନିୟମ ( ବୃହତ) ସେକ୍ଟରରେ ପ୍ରଥମ ପୁରସ୍କାର ଲାଭ କରିଥିବା ବେଳେ ବେଦାନ୍ତ ଲିମିଟେଡ ଲାଂଜିଗଡ଼ (ଓଡ଼ିଶା) ଆଲୁମିନିୟମ ( କ୍ଷୁଦ୍ର) ସେକ୍ଟରରେ ପ୍ରଥମ ପୁରସ୍କାର ଲାଭ କରିଛି । ଉଭୟ ଦୁଇଟିଯାକ ୟୁନିଟ ପ୍ଲାଂଟ ମଧ୍ୟରେ ଦକ୍ଷତା ଶକ୍ତି ବୃଦ୍ଧି ପାଇଁ ଗତ ତିନିବର୍ଷ ଧରି ପ୍ରାୟ ୮୦ଟି ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ପୁରସ୍କାର ସଂପର୍କରେ ସୂଚନା ଦେଇ ଅଜୟ କାପୁର, ସିଇଓ-ଆଲୁମିନିୟମ ଓ ଶକ୍ତି ଏବଂ ଏମଡି-କମରସିଆଲ, ବେଦାନ୍ତ ଲିମିଟେଡ କହିଥିଲେଯେ ‘ବେଦାନ୍ତରେ ଆମେ ନିୟମିତ ଭାବରେ ଆମର ଶକ୍ତି ଉପଯୋଗୀତାକୁ ବ୍ୟବହାର କରି ତାହାକୁ ଶିଳ୍ପ କାର୍ଯ୍ୟରେ ବ୍ୟବହାର କରିଥାଉ ଓ ନିର୍ଦ୍ଦିଷ୍ଟ ଶକ୍ତି ଉପଯୋଗୀତାର ଉନ୍ନତି ଆଣିବାକୁ ଉଦ୍ୟମ କରୁଛୁ । ଏଥିପାଇଁ ଆମେ ନିଜର ଶକ୍ତି ଦକ୍ଷତା ବୃଦ୍ଧି ସହିତ ଉନ୍ନତ ଜ୍ଞାନକୌଶଳ ମୂଲ୍ୟାଙ୍କନ ଓ ପ୍ରୟୋଗ କରିଛୁ ଯାହାର ଏହି କ୍ଷେତ୍ରରେ ଏକ ପଦକ୍ଷେପ ପରିବର୍ତନ ଉନ୍ନତି ପ୍ରଦାନ କରିବାର ସାମର୍ଥ ରହିଛି । ଜାତୀୟ ଶକ୍ତି ସଂରକ୍ଷଣ ପୁରସ୍କାର ଲାଭ ଆମକୁ ବିଶ୍ୱରେ ସର୍ବୋତମ, କମ ମୂଲ୍ୟର,ସର୍ବାଧିକ ଶକ୍ତି ଉପଯୋଗକାରୀ ଓ ସ୍ଥାୟୀ ଆଲୁମିନିୟମ ଉତ୍ପାଦକ ଭାବରେ ଆମର ପ୍ରତିଶ୍ରୁତିକୁ ସୂଚାଇ ଦେଉଛି ।