ଦୋଷ ନଥାଇ ପପୁ ପମପମଙ୍କୁ ପଥର ମାଡ, ଅଳ୍ପକେ ବର୍ତ୍ତିଲା ଜୀବନ

ପଥର ମାଡ ହୋଇଛି ହାସ୍ୟ ଅଭିନେତା ପପୁ ପମପମଙ୍କ ଉପରକୁ l ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଂଜାମ ଜିଲା ଚିକିଟି ବ୍ଲକ ସୋରଳ ଗ୍ରାମରେ l କିନ୍ତୁ ଏହି ପଥର ମାଡରୁ ପପୁ ବଂଚି ଯାଇଥିଲେ l ତେବେ ଗାଁରେ ଜାଗର ଯାତ୍ରାର ଗୋଟେ ଦିନ ପୂର୍ବରୁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପପୁଙ୍କୁ ଉଦ୍ଘାଟକ ଭାବେ ଯୋଗ ଦେବା ପାଇଁ ଡକା ଯାଇଥିଲା l
ତେବେ ଗ୍ରାମବାସୀ ପସନ୍ଦ କରୁ ନଥିବା କିଛି ଲୋକଙ୍କୁ ପପୁ ପ୍ରଶଂସା କରିବା ହେତୁ ଗ୍ରାମବାସୀ ଉତେଜିତ ହୋଇ ତାଙ୍କ ଉପରକୁ ପଥର ମାଡ କରିଥିଲେ l ଏମିତିକି ପପୁ ମଂଚ ଉପରେ ଥିବା ସମୟରେ ହିଁ ତାଙ୍କ ଉପରକୁ ପଥର ମାଡ ହୋଇଥିଲା l କିନ୍ତୁ ସେ ଏହି ମାଡରୁ ଅଳ୍ପକେ ବର୍ତ୍ତି ଯାଇଥିଲେ l ପରେ ପୁଲିସ ସହାୟତା ଯୋଗେ ତାଙ୍କୁ ମଂଚ ଉପରୁ ବାହାରକୁ ନିଅ ଯାଇଥିଲା l ତେବେ ସୂଚନା ମୁତାବକ ପପୁ ପମପମ ଗ୍ରାମରେ ପ୍ରଥମେ ଆସି ଯେଉଁ ବ୍ୟକ୍ତିଙ୍କ ଘରେ ରହିଥିଲେ ତାଙ୍କ ପରିବାର ସହ ଗ୍ରାମବାସୀଙ୍କର ଭଲ ସମ୍ପର୍କ ନଥିଲା l ତେଣୁ ପପୁ ଷ୍ଟେଜ ଉପରେ ଯାଇ ସେହି ପରିବାର ବିଷୟରେ ପ୍ରଶଂସା କରିବାରୁ ତାଙ୍କୁ ଢେଲା ପଥର ମାଡ ହୋଇଥିଲା l ତେବେ ସୂଚନା ମୁତାବକ ସେ ଗ୍ରାମରେ ଆୟୋଜିତ ହେବାକୁ ଥିବା ରାମଲୀଳା ପୂର୍ବରୁ ପ୍ରୋଗ୍ରାମ କରିବାର ଥିଲା କିନ୍ତୁ ଏପରି ଅଚାନକ ପଥର ମାଡ଼ ପାଇଁ ସେ ତାଙ୍କ ପ୍ରୋଗ୍ରାମ ଅଧାରୁ କ୍ୟାନସେଲ କରିଥିଲେ l ପରେ ରାମଲୀଳା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲାl

#bollywoodcomedycomedy star papu Pompom