ଜନନାୟକ ଓ ଯୋଦ୍ଧାମାନଙ୍କୁ ଇତିହାସ ସମ୍ମାନ ଦେଇ ନ ଥିବାରୁ ଆମେ ଭ୍ରମ ସଂଶୋଧାନ କରୁଛୁ-ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପ୍ରଦାର୍ପଣ କରୁଥିବା  ସମୟରେ ଦେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇ ଥିବା ଇତିହାସର ବୀର ଏବଂ ବୀରାଙ୍ଗନାମାନଙ୍କୁ ମନେ ପକାଇବା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ।

ଉତ୍ତର ପ୍ରଦେଶର ଭରାଉଚ୍‌ଠାରେ ଥିବା ମହାରାଜା ସୁହେଲଦେବ ସ୍ମାରକୀ ଏବଂ ଚିତୌଉର ହ୍ରଦ ଉନ୍ନୟନ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ କରିବା ଅବସରରେ ଭିଡିଓ  କନଫରେନ୍ସିଂ ମାଧ୍ୟମରେ ଆଜି କହିଛନ୍ତି ଯେଭାରତ ଏବଂ ଭାରତୀୟତା ପାଇଁ ନିଜର ସର୍ବସ୍ୱ ହରାଇଥିବା ଲୋକମାନଙ୍କୁ ଇତିହାସ ବହିରେ ଉପଯୁକ୍ତ ସମ୍ମାନ ଦିଆଯାଇନାହିଁ । ଆମେ ସ୍ୱାଧୀନତାର ୭୫ତମ ବର୍ଷରେ ପଦାର୍ପଣ କରୁଥିବା ସମୟରେ ଭାରତ ଇତିହାସ ଲେଖକମାନଙ୍କର ତ୍ରୁଟିକୁ ବର୍ତ୍ତମାନ ସଂଶୋଧନ କରାଯାଉଛି । ଏଭଳି ଏକ ସନ୍ଦିକ୍ଷଣରେ ସେହି ବୀର ଓ ବୀରାଙ୍ଗନାମାନଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ମନେପକାଇଛନ୍ତି ।

ସେ କହିଛନ୍ତି ଯେଔପନିବେଶିକ ଶକ୍ତି କିମ୍ବା ସେହିଭଳି ମନୋବୃତ୍ତି ରଖିଥିବା ଲୋକଙ୍କ ଦ୍ୱାରା ରଚିତ ଭାରତ ଇତିହାସ ଏକମାତ୍ର ଇତିହାସ ନୁହେଁ  । ପିଢି ପିଢି ଧରି କିମ୍ବଦନ୍ତୀ ଏବଂ ଲୋକକଥାରେ ଗଡି ଆସିଥିବା ଇତିହାସର କାହାଣୀ ହିଁ ପ୍ରକୃତ ଇତିହାସ । ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି ଯେ ଆଜାଦ୍ ହିନ୍ଦ୍ ସରକାରର ପ୍ରଥମ ପ୍ରଧାନମନ୍ତ୍ରୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କୁ ସେ ହକ୍‌ଦାର ଥିବା ସମ୍ମାନ ଦିଆଯାଇଛି କିଲାଲକିଲ୍ଲାଠାରୁ ଆଣ୍ଡାମାନ ନିକୋବାର ପର୍ଯ୍ୟନ୍ତ ସୁଦୃଢ କରିବା ଉଦ୍ୟମ ଯୋଗୁଁ ପରିଚିତ ନେତାଜୀଙ୍କୁ ଆମେ ସ୍ୱୀକୃତି ଦେଇଛୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ୫୦୦ରୁ ଉର୍ଦ୍ଧ୍ୱ ଦେଶୀୟ ରାଜ୍ୟର ମିଶ୍ରଣ କରାଇଥିବା ଯୋଗୁଁ ସର୍ଦ୍ଦାର ପଟେଲ ମଧ୍ୟ ବେଶ୍ ଜଣାଶୁଣା । ଆଜି ସର୍ଦ୍ଦାର ପଟେଲଙ୍କର ବିଶ୍ୱର ସର୍ବୋଚ୍ଚ ପ୍ରତିମୂତ୍ତି ‘ଷ୍ଟାଚ୍ୟୁ ଅଫ ୟୁନିଟ୍‌’ ଭାବରେ ଖ୍ୟାତ । ସମ୍ବିଧାନର ମୁଖ୍ୟ ସ୍ଥପତି ବାବା ସାହେବ ଆମ୍ବେଦକର ଶୋଷିତବଞ୍ଚିତ ଏବଂ ସମାଜର ନିମ୍ନବର୍ଗର ଲୋକଙ୍କ ପାଇଁ ସ୍ୱର ଉଠାଇଥିଲେକିନ୍ତୁ ତାଙ୍କ ବ୍ୟକ୍ତିତ୍ୱକୁ ସବୁବେଳେ ରାଜନୀତିକ ଦୃଷ୍ଟି କୋଣରୁ ମୂଲ୍ୟାୟନ କରାଯାଇଛି ।

ଆଜି ଇଂଲଣ୍ଡରୁ ଭାରତ ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ସହିତ ସମ୍ପର୍କୀତ ଥିବା ସମସ୍ତ ସ୍ଥାନକୁ ‘ପଞ୍ଚତୀର୍ଥଭାବରେ ଉନ୍ନତିକରଣ କରାଯାଉଛି । ଏହିଭଳି ଅଗଣିତ ଲୋକଙ୍କୁ ବିଭିନ୍ନ କାରଣ ପାଇଁ ଉପଯୁକ୍ତ ସ୍ୱୀକୃତି ମିଳିନାହିଁ । ଚୌରୀ ଚୌରା ଘଟଣା ସହିତ ସମ୍ପର୍କୀତ ସାହସୀ ବ୍ୟକ୍ତିମାନଙ୍କୁ ଆମେ ଭୁଲି ଯାଇପାରିବା କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

ଠିକ୍ ସେହିପରି ମହାରାଜା ସୁହେଲ ଦେବଙ୍କର ଭାରତୀୟତାର ସୁରକ୍ଷା କ୍ଷେତ୍ରରେ ଥିବା ଅବଦାନକୁ ଅଣଦେଖା କରାଯାଇଛି । ପାଠ୍ୟପୁସ୍ତକଗୁଡିକରେ ଲିଖିତ ନ ଥିଲେ ମଧ୍ୟ ଅବୋଧତରାଇ ଏବଂ ପୂର୍ବାଂଚଳ କ୍ଷେତ୍ରରେ ଥିବା ଲୋକକଥାରେ ମହାରାଜା ସୁହେଲ ଦେବ ଏବେ ବି ବଞ୍ଚିତ ରହିଛନ୍ତି । ଜଣେ ସମ୍ବେଦନଶୀଳ ଏବଂ ପ୍ରଗତିଶୀଳ ଶାସକ ଭାବରେ ତାଙ୍କ ଅବଦାନକୁ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।