ଓମିକ୍ରନ ସଂକ୍ରମଣ ଉପରେ ତୀକ୍ଷ୍ନ ନଜର ରଖିଛୁ : ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : କରୋନାର ନୂଆ ଭାରିଆଂଟର ସଂକ୍ରମଣ ଉପରେ ଆମେ ତୀକ୍ଷ୍ନ ନଜର ରଖିଛୁ । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି । ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ଓମିକ୍ରନ ଚିହ୍ନଟ ହୋଇନାହିଁ । ଏହା ବ୍ୟତୀତ ଟୀକାକରଣ ଓ ସଚେତନତା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ।