ବଦଳି ହେଳେ ଜନ ଆନ୍ଦୋଳନ, ଡାକ୍ତରକୁ ନ ଯିବା ପାଇଁ ଗ୍ରାମ ବାସୀଙ୍କ ନିବେଦନ

କୁର୍ଲାମୁଣ୍ଡା : ଆମେ ଛୋଟ ବେଳୁ ଶୁଣି ଆସୁଛୁ ଭଗବାନ ଙ୍କର ଦ୍ୱିତୀୟ ଅବତାର ହଉଛି ଡାକ୍ଟର ତାଙ୍କର ଚିକିତ୍ସା ବଳରେ କେତେ ରୋଗୀ ନିଜର ଜୀବନ ଫେରିପାଉଛନ୍ତି, ସେ କଥା ସେମାନେ ହିଁ ଜାଣିବେ । ଆଉ ଆମ ପାଖରେ ଏମିତି ଜଣେ ଡାକ୍ତର ଯିଏ ନିଜର ପରିବାର ଛାଡି ନିଜର ଜୀବନକୁ ଖାତିର ନ କରି କରୋନା ଭଳି ମହାମାରୀ ସମୟରୁ ହଜାର ହଜାର ରୋଗୀର ଚିକତ୍ସା କରିବାରେ ଲାଗିପଡିଛନ୍ତି । ଆମେ କହୁଛୁ କଳାହାଣ୍ଡି ଜିଲ୍ଲା କୁର୍ଲାମୁଣ୍ଡା ବ୍ଲକ ସଦର ସି.ଏଚ.ସି ରେ ଥିବା ଡାକ୍ତର ଆଶିଷ କୁମାର ଧରୁଆଙ୍କ କଥା । ମଣିଷ ତ ନୁହନ୍ତି ମଣିଷ ରୂପରେ ସାକ୍ଷାତ ଭଗବାନ ଏହା ଆମେ କହୁନୁ କହୁଛନ୍ତି ଏ ଅଞ୍ଚଳର ଆଖ ପାଖ ୪ଟି ବ୍ଲକର ଜନ ସାଧାରଣ ।

ସେ ରାତି ହଉ ଅବା ଦିନ ରାସ୍ତାରେ ହଉ ଅବା ଘରେ ରୋଗୀ ଆସିଲେ ଚିକିତ୍ସା କରିବାରେ କେବେ ଅଵହେଳା କରନ୍ତି ନାହିଁ । ଏପରି ଡାକ୍ତରକୁ କେହି ଜଣେ ଅସାଧାରଣ ବ୍ୟକ୍ତି ତାଙ୍କ ନାମରେ ସି.ଡି.ଏମ.ଓ ଙ୍କୁ Whatsapp ଜରିଆରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ସି.ଡି.ଏମ. ଓ କୁର୍ଲାମୁଣ୍ଡା ସି.ଏଚ.ସି କୁ ତଦାରଖ କରିବା ପାଇଁ ଆସିଥିଲେ । ତଦନ୍ତ ପରେ ଅଂଚଳ ବାସୀ ଖବର ପାଇଥିଲେ ଡାକ୍ତର ଧରୁଆଙ୍କୁ ବଦଳି ହେଇଛି, ଖବର ପାଇବା ମାତ୍ରେ ସ୍ଥାନୀୟ ଜନସାଧାରଣ ବୁଦ୍ଧିଜୀବୀ ମାନେ ଆସି ଡାକ୍ତର ଶ୍ରୀ ଧରୁଆଙ୍କୁ କୁର୍ଲାମୁଣ୍ଡାରୁ ବଦଳି ହୋଇ ନ ଯିବା ପାଇଁ ଗୁହାରି କରିଥିଲେ । ଏଭଳି ଏକ ସେବକାରୀ ଡାକ୍ତରକୁ କିଏ ଅଭିଯୋଗ କରିଛି ବୋଲି ସାଧାରଣରେ ଚର୍ଚା ହୁଏ ଓ ନିନ୍ଦିନୀୟ ବୋଲି ସ୍ଥାନୀୟ ସରପଞ୍ଚ କୃଷ୍ଣଚନ୍ଦ୍ର ବାଗ, ପାଣି ପଞ୍ଚାୟତ ଅଧକ୍ଷ ଶେଷଦେଵ ସାହୁ କହିଥିଲେ । ଆଉ କୋରୋନା ମହାମାରୀ ସମୟରୁ ଡକ୍ଟର ପୁଷ୍ପକ ମହଲା, ଅଖିଲେସ ସାମଲ, ଫାର୍ମାସିଷ୍ଟ ପବିତ୍ର ରଣା ଏବଂ ସି.ଏଚ.ସି ରେ ସମସ୍ତ କର୍ମଚାରୀ ଠିକ ଭାବରେ ତାଙ୍କ ଦାଇତ୍ୱ ଗ୍ରହଣ କରିଥିଲେ ।