କେବେ ପଡ଼ିବ ପ୍ରଶାସନର ନଜର

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ବୁର୍ଜା ପଞ୍ଚାୟତର କୁତୁକା ଝୋଲା ଗ୍ରାମର ରାସ୍ତା ମରଣ ଯନ୍ତା ପାଲଟି ଯାଇଥିବାରୁ ଗ୍ରାମବାସୀ ଅନେକ ଥର ଜିଲ୍ଲା ପ୍ରଶାସନ ଅଧିକାରୀ ଓ ବ୍ଲକ ଅଧିକାରୀ ଏବଂ ସରପଞ୍ଚ ଓ ନେତାମନ୍ତ୍ରୀଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ସୁଦ୍ଧା ପ୍ରଶାସନ ଏପର୍ଯ୍ୟନ୍ତ କୈଣସି ପଦକ୍ଷେପ ନେଇନଥିବାରୁ । ଆଜି ୧୧ ଖଣ୍ଡ ଗ୍ରାମ ଢାଇଗୁଡା,ପିଳକୁର, ବାଗମ,ବିରିପୁର, କୁମ୍ଭାରୀ, ଖଜାଗୁଡା, ପିଲଭର, ପାଳୁରୁ, କେରେମେଟି, ପୋଟାମୁଁଣ୍ଡା ଲୋକେ ଏକତ୍ରିତ ହୋଇ ରାସ୍ତା କାମପାଇଁ ସାହାଯ୍ୟ ହାତ ବଡେଇ କାମ କରୁଥିବା ଥିବାର ଦେଖିବାକୁ ମିଳିଥିଲା । ଏହି ଗ୍ରାମକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲେନ୍ସ ମଧ୍ୟ ଯାଇପାରୁନ ଥିବାରୁ ଲୋକେ ଗର୍ଭବତୀ ମହିଳାଙ୍କୁ ଖଟିଆରେ ବୋହି ଆଣୁ ଥିବାର କହିଛନ୍ତି । ଛାତ୍ରଛାତ୍ରୀ ୬ କିଲୋମିଟର ଦୂରକୁ ଏହି ରାସ୍ତା ଦେଇ ବିଦ୍ୟାଳୟକୁ ପାଠପଢା ପାଇଁ ଚାଲି ଚାଲି ଯିବାକୁ ପଡୁଛି ବୋଲି ଅଭିଯୋଗ କରିଛନ୍ତି । ତେବେ ଏହି କୁତୁକା ଝୋଲା ଗ୍ରାମପ୍ରତି କେବେ ସରକାରଙ୍କ ନଜର ପଡିବ ତାହା ଦେଖିବାକୁ ବାକି ରହିଲା ।