କୋଲନର ନିଜର ପରିଚୟ ସୃଷ୍ଟି କରିବାକୁ ନିଜର ବୋଲି କିଛି ନ ଥିଲା । ନିଜର ଭିଟା ମାଟି ନିଜର ପରିଚୟ ପ୍ରଦାନ କରିବାକୁ ବହୁତ ସଙ୍ଘର୍ଷ କରିବାକୁ ପଡୁଥିଲା ଦୀର୍ଘ ଦିନ ଧରି । ଆଜି ନିଜର ବୋଲି ପରିଚୟ ପାଇ ଥିବାରୁ ଗ୍ରାମବାସୀଙ୍କ ମୁଖରୁ ଖୁସି ଦେଖିବାକୁ ମିଳିଛି ବୋଲି ଗ୍ରାମବାସୀ କହିଛନ୍ତି । ଗ୍ରୀଷ୍ମ ଦିନ ରେ ଜଳ କଷ୍ଟ କହିଲେ ସରେ ନାହିଁ । ଦୀର୍ଘ ଦିନ ପରେ କୈଳାଶପୁର ସରପଞ୍ଚ ଙ୍କ ଅନୁଦାନରୁ ପାନୀୟ ଜଳ ସମସ୍ୟା ଦୂର ହେଇଛି । କୋଲନରା ବ୍ଲକ କୈଳାଶପୁର ଗ୍ରାମ ପଞ୍ଚାୟତର ଗଞ୍ଜରୀ ମେଟା ଗ୍ରାମରେ ଆଜି ପାନୀୟ ଜଳ ପ୍ରକଳ୍ପ ଉଦଘାଟନ କରିଛନ୍ତି ଅନୁସୂଚିତ ଜାତି ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରାକା କୋଲନରା ବ୍ଲକ ଗସ୍ତ କରି ମନ୍ତ୍ରୀ ସାରାକା କୈଳାଶପୁର ଗ୍ରାମପଞ୍ଚାୟତର ଗାନଞ୍ଜରୀ ମେଟା ଗ୍ରାମ ଗସ୍ତ କରି ୫ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ କରିବା ସହ ଜଙ୍ଗଲ ଜମି ଶିରନାମା ପ୍ରଦାନ କରିଛନ୍ତି । ଆଜି ମନ୍ତ୍ରୀ ଶ୍ରୀସାରାକା କୋଲନରା ଗସ୍ତ କରି ବଡ ଖିଲାପଦର ଗ୍ରାମରେ ରାଜ୍ୟ ଚତୁର୍ଥ ଅର୍ଥ କମିଶନ ଓ ମନରେଗା ଯୋଜନାରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଲ୍ୟାଣ ମଣ୍ଡପ ପାଇଁ ଶିଳାନ୍ୟାସ କରିଥିଲେ । ଏହି ପ୍ରକଳ୍ପ ଚତୁର୍ଦ୍ଦଶ ଅର୍ଥ କେନ୍ଦ୍ରୀୟ ଅନୁଦାନରେ ନିର୍ମାଣ କରାଯାଇଛି । ଜଙ୍ଗଲ ଜମି ଶିରନାମା ବଣ୍ଟନ କରିବା ବେଳେ ବିଡ଼ିଓ ତାପସ ଭୋଇ, ଏବିଡ଼ିଓ ନୃସିଂହ ଚରଣ ପଟ୍ଟନାୟକ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସିଦ୍ଧାର୍ଥ କୁମାର ପଟ୍ଟନାୟକ, ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ରମେଶ ଚନ୍ଦ୍ର ଯୋଶୀ, ଜେଇ ରଶ୍ମି ରଞ୍ଜନ ଖଟୁଆ, ସୋନାଲି ପ୍ରଧାନ, ଫୋରେଷ୍ଟ ଗାର୍ଡ ସୁରେଶ ମିଶ୍ର, ଆରଡବ୍ଲୁ ଏସ ଏସ ଯନ୍ତ୍ରୀ ସୁଭଦର୍ଶିନୀ ପଟ୍ଟନାୟକ, ଜନକ ନିସିକା,ବଡ଼ ଖିଲାପଦର ସମିତି ସଭ୍ୟ ମାଦାରାଓ କଣ୍ଡାଗରୀ, କୈଳାଶପୁର ସମିତି ସଭ୍ୟ ରବୀନ୍ଦ୍ର କଣ୍ଡାଗରୀ, ପଞ୍ଚାୟତ କାର୍ଯ୍ୟ ସମ୍ପ୍ରସାରଣ ଅଧିକାରୀ କମଳା କାନ୍ତ ରାଉତ, ମୁକୁନ୍ଦପୁର ସରପଞ୍ଚ ଶିବ କଣ୍ଡାଗରୀ,ଏବଂ ବିଜେଡ଼ି ଦଳର ଅସନ୍ତୁ ଗୋଷ୍ଟି ଅନୁପସ୍ଥିତ ଥିବା ଜଣା ପଡ଼ିଛି । ଦୁର୍ଭାଗ୍ୟର ବିଷୟ ନିଜ ପଞ୍ଚାୟତ କୈଳାଶପୁରରେ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରାକାଙ୍କ ଗସ୍ତ ସମୟରେ ସରପଞ୍ଚ ଅଭି ଉଲକା ଅନୁପସ୍ଥିତ ଥିବାରୁ ଗ୍ରାମବାସୀ ଦୁଃଖ ପ୍ରକାଶ କରିଛନ୍ତି ।