ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଆଙ୍କୋରୋଡ଼ା ପଚାଂୟତ ଚାଚଂଡ଼ାପଲ୍ଲୀ ଗ୍ରାମର ମୋହିନୀ ନାୟକ ନାମକ ଜଣେ ବିବାହିତ ମହିଳା ଘରୁ ୨ ଲକ୍ଷ ଟଙ୍କା ଓ ତିନି ପିଲାଙ୍କୁ ନେଇ ଫେରାର୍ ହୋଇଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏନେଇ ମହିଳାଙ୍କ ସ୍ୱାମୀ ବାବୁଲା ନାୟକ ଦିଗପହଣ୍ଡି ଥାନାରେ ଏକ ଲିଖିତ ଅଭିଯୋଗ ପତ୍ର ଦାଖଲ କରିଛନ୍ତି । ଅଭିଯୋଗକୁ ଭିତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୋହିନୀ ଦୁଇ ପୁଅ ଓ ଝିଅ ସହ ଚାଂଚଡ଼ାପଲ୍ଲୀ ସ୍ଥିତ ଭଉଣୀ ଘରୁ ପୋଡ଼ାମାରୀ ଯାଇଥିଲେ । ସେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଫେରିବାରୁ ବାବୁଲା ଦିଗପହଣ୍ଡି ଥାନାରେ ଏତଲା କରିଛନ୍ତି ।