ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇକୋ ରିଟ୍ରିଏଟ୍ ଉଦ୍ଘାଟିତ

ଭୁବନେଶ୍ୱର/କୋରାପୁଟ, (ଡିକେ ନୁ୍ୟଜ୍): ମୁଖ୍ୟମନ୍ତ୍ରୀନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି,କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଦୁଧାରୀ
ପଂ·ୟତ ଗିର୍ଲିମାଳି ଇକୋ ରିଟ୍ରିଏଟ ପର୍ଯ୍ୟଟନକେନ୍ଦ୍ର । ଏହାକୁ ଭିଡିଓ ଭାର୍ତ୍ତା ମାଧ୍ୟମରେ ଉଦଘାଟନକରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଉଦଘାଟନ ବେଳେ କୋରାପୁଟ ବିଧାୟକ ରଘୁରାମପଡାଲ, ପୂର୍ବତନ ପଟ୍ଟାଙ୍ଗି ବିଧାୟକ ପ୍ରଫୁଲ ପାଙ୍ଗି,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ବିଡିଓ,
ଲକ୍ଷ୍ମୀ ନାରାୟଣ ସାବତ, ସମେତ କୋରାପୁଟ ଜିଲ୍ଲାପର୍ଯ୍ୟଟନ ଅଧିକାରୀ ଉପସ୍ଥିତ ଥିଲେ । ଉକ୍ତକାର୍ଯ୍ୟକ୍ରମରେ ଆଦିବାସୀ କୋରାପୁଟିଆ ଢେମସା
ନାଚରେ ଉସ୍ତବ ମୁଖରିତ ହୋଇଥିଲା ପରିବେଶ ।ଏହି ଢେମସା ନାଚରେ ନିଜକୁ ସଂଜତ କରିନପାରିପାଦକୁ ପାଦ ମିସାଇ ନାଚିଥିଲେ ଅଧିକାରୀ ଓ
ରାଜନେତା । ଏହି ଇକୋରିଟ୍ରିଏଟ ହେବା ଦ୍ୱାରାକୋରାପୁଟ ଜିଲ୍ଲା ପର୍ଯ୍ୟଟନ ବିକାଶ କ୍ଷେତ୍ରରେ ଆଉଗୋଟେ ପାଦ ଆଗକୁ ବଢିଛି । ଏଥିଯୋଗୁଁ ଆଗାମୀ
ଦିନମାନଙ୍କରେ ଜିଲ୍ଲାକୁ ବହୁ ପର୍ଯ୍ୟଟକ । ଫଳରେଏହାଦ୍ୱାରା ଅନେକ ଲୋକ ରୋଜଗାର କ୍ଷମହୋଇପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ।
ଏହା ସହ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓପର୍ଯ୍ୟଟନ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି ।ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଗିର୍ଲିମାଳି
ସୁବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତଏହିଠାରେ ଡିଲକ୍ସ କଟେଜ୍ ସହ ୫ ତାରକାହୋଟେଲ ଭଳି ସମସ୍ତ ସୁବିଧା ମିଳିବ । ଏହାସହ
କୋରାପୁଟିଆ ସାଂସ୍କୃ୍ତିକ କାର୍ଯ୍ୟକ୍ରମ, ଟୁରଗାଇଡ୍, ପାହାଡ ଚଢା ବା (ହିଲ ଟ୍ରାକିଂ) ସ୍ୟାଣ୍ଡଆର୍ଟ, ଯୋଗ, ସୁଟିଂ ଓ ଭଳି ମନୋରଞ୍ଜନ
ସୁବିଧା ମିଳିବ । ଏହି ସ୍ଥାନକୁ ଯାତାୟତ ସକାଶେକୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥାଗ୍ରହଣ କରାଯାଇଛି । ରାସ୍ତାଘାଟ ସହ ପାନୀୟଜଳର
ସୁବିଧା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଅସେବା ପ୍ରଦାନ କରାଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁପଦକ୍ଷେପ ଗ୍ରହଣ କରାଯାଇଛି ।

#EcoRetreat #inaugurated #Chief Minister #DumaniRv