ମୁମ୍ବାଇ ଛାଡି ଚେନ୍ନାଇ ଯିବେ ଅମୀର ଖାନ

ମୁମ୍ବାଇ,୨୧ା୧୦: ବଲିଉଡର ମିଷ୍ଟର ପର୍ଫେକ୍ଟନିଷ୍ଟ ତଥା ଅଭିନେତା ଅମୀର
ଖାନୟ ବର୍ତ୍ତମାନ ତାଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସୁଛି । ଅଭିନେତା
ଖୁବ ଶୀଘ୍ର ସ୍ୱପ୍ନର ସହର ତଥା ମାୟାନଗରୀ ମୁମ୍ବାଇ ଛାଡି ଚେନ୍ନାଇ ଯିବେ ।
ତାଙ୍କ ସ୍ଥାନ ବଦଳିବାର କାରଣ ହେଉଛିତାଙ୍କ ମାଆ ଜିନତ ହୁସେନ୍ ବୋଲିକୁହାଯାଇଛି । ନିକଟରେ ଖବର ମିଳିଛି
କି ଅମୀର ଖୁବଶୀଘ୍ର ମୁମ୍ବାଇ ଛାଡ଼ିଚେନ୍ନାଇ ଯିବେ । ଆଗାମୀ ଦୁଇମାସ
ପର୍ଯ୍ୟନ୍ତ ଅମୀର ଚେନ୍ନାଇରେ ହିଁରହିବେ । ଏହା ପଛର କାରଣ ତାଙ୍କ ମା’
ଜିନତ ହୁସୈନଙ୍କ ଚିକିତ୍ସାୟ ତାଙ୍କମା’ଙ୍କର କିଛିଦିନ ହେବ ଚେନ୍ନାଇର ଏକ
ଘରୋଇ ହସ୍ପିଟାଲରେ ଚିକିତ୍ସା ·ଲିଛି । ଏଥିପାଇଁ ଚିକିତ୍ସା ହେଉଥିବା କେନ୍ଦ୍ର
ନିକଟରେ ଏକ ହୋଟେଲରେ ରହିବେ । କାରଣ ଯେତେବେଳେ ଆବଶ୍ୟକ ପଡ଼ିବ
ସେ ତାଙ୍କ ମା’ଙ୍କ ପାଖକୁ ଯାଇ ପାରିବେ । ନିକଟରେ ହୋଇଥିବା ଏକ
ସାକ୍ଷାତକାରରେ ଅମୀର କହିଥିଲେ, “କାମରେ ବ୍ୟସ୍ତ ରହିବା ହେତୁ ମୁଁ ମୋ
ପରିବାରକୁ ସମୟ ଦେଇ ପାରି ନାହିଁ । ତେଣୁ ଏବେ କାମରୁ ବିଶ୍ରାମ ନେଇ
ପରିବାରକୁ ସମୟ ଦେବି । ଅଭିନେତାଙ୍କ ମା ଚେନ୍ନାଇରେ ରୁହନ୍ତି ଏବଂ ସେଠାରେ
ଚିକିତ୍ସିତ ହେଉଛନ୍ତି । ସୂତ୍ରରୁ ପ୍ରକାଶ ଯେ ଏଭଳି ପରିସ୍ଥିତିରେ ଅମୀର ତାଙ୍କ ମାଙ୍କ
ସହିତ ପୁରା ସମୟ ରହିବାକୁ ·ହୁଁଛନ୍ତି । କହିବାକୁ ଗଲେ ସେ ତାଙ୍କର ଆଗାମୀ
ଚଳଚ୍ଚିତ୍ର “ତାରେ ଜାମିନ୍ ପର’ ଘୋଷଣା କରିଥିଲେ । ପ୍ରଶଂସକମାନେ ମଧ୍ୟ
ଅଭିନେତାଙ୍କ ଏହି ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।

#entertainment news