ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ:  ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ  ଆରମ୍ଭ ହେଉଥିବାରୁ  ୩ ଦିନ ବନ୍ଦ ରହିବ କୋଭିଡ୍ ଟୀକାକରଣ ।  ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଟୀକାକରଣ ଚାଲିଛି  । ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ସୁରୁଖୁରୁରେ ଟୀକାକରଣ ଚାଲିଛି । ପଲସ ପୋଲିଓ ଆଜିଠାରୁ ୩ ଦିନ ହେବ।  ଅର୍ଥାତ୍ ଫେବୃଆରୀ ୨ ଯାଏଁ ଚାଲିବ    ତେଣୁ ଏହି ତିନି ଦିନ କୋଭିଡ଼ ଟୀକାକରଣ ବନ୍ଦ ରହିବ    ହେଲେ ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ ସମସ୍ତଙ୍କୁ ଦିଆଯିବ  । ତେଣୁ ୩ ତାରିଖରୁ ପୁଣି କୋଭିଡ୍ ଟୀକାକରଣ ହେବ । ଚଳିତ ମାସ ୧୬ ତାରିଖ ଠାରୁ ଏହି ପଲସ୍ ପୋଲିଓ ଟୀକାଦାନ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। କିନ୍ତୁ କରୋନା ଟୀକାକରଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ୫ ବର୍ଷର କମ୍ ଶିଶୁଙ୍କୁ ଏହି ପୋଲିଓ ଦିଆଯାଏ । ରାଜ୍ୟରେ ଏଥର ୪୧,୩୧,୭୬୩  ଶିଶୁଙ୍କୁ ଏହି ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।