ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ
ନୂଆଦିଲ୍ଲୀ: ଆଜିଠୁ ପଲସ୍ ପୋଲିଓ କାର୍ଯ୍ୟକ୍ରମ ଆରମ୍ଭ ହେଉଥିବାରୁ ୩ ଦିନ ବନ୍ଦ ରହିବ କୋଭିଡ୍ ଟୀକାକରଣ । ମହାମାରୀ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଟୀକାକରଣ ଚାଲିଛି । ଏହି ପରିପ୍ରେକ୍ଷୀରେ ଓଡିଶାରେ ମଧ୍ୟ ସୁରୁଖୁରୁରେ ଟୀକାକରଣ ଚାଲିଛି । ପଲସ ପୋଲିଓ ଆଜିଠାରୁ ୩ ଦିନ ହେବ। ଅର୍ଥାତ୍ ଫେବୃଆରୀ ୨ ଯାଏଁ ଚାଲିବ । ତେଣୁ ଏହି ତିନି ଦିନ କୋଭିଡ଼ ଟୀକାକରଣ ବନ୍ଦ ରହିବ । ହେଲେ ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ପ୍ରଥମ ଡୋଜ ସମସ୍ତଙ୍କୁ ଦିଆଯିବ । ତେଣୁ ୩ ତାରିଖରୁ ପୁଣି କୋଭିଡ୍ ଟୀକାକରଣ ହେବ । ଚଳିତ ମାସ ୧୬ ତାରିଖ ଠାରୁ ଏହି ପଲସ୍ ପୋଲିଓ ଟୀକାଦାନ ଆରମ୍ଭ ହେବା କାର୍ଯ୍ୟକ୍ରମ ଥିଲା। କିନ୍ତୁ କରୋନା ଟୀକାକରଣ ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା । ୫ ବର୍ଷର କମ୍ ଶିଶୁଙ୍କୁ ଏହି ପୋଲିଓ ଦିଆଯାଏ । ରାଜ୍ୟରେ ଏଥର ୪୧,୩୧,୭୬୩ ଶିଶୁଙ୍କୁ ଏହି ପୋଲିଓ ବୁନ୍ଦା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।