ଗ୍ରାମ ଓ ଆମର ଚାଷୀ ହେଉଛନ୍ତି ବଜେଟର ଆତ୍ମା-ପ୍ରଧାନମନ୍ତ୍ରୀ

153

ନୂଆଦିଲ୍ଲୀ:  ଚଳିତ ବଜେଟ ଦେଶର ଆତ୍ମବିଶ୍ୱାସକୁ ପ୍ରତିଫଳିତ କରୁଥିବାବେଳେ ଏହା ବାସ୍ତବତା ଓ ବିକାଶର ଆସ୍ଥାକୁ ପ୍ରକଟ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ବର୍ତ୍ତମାନର କଷ୍ଟକର ସମୟରେ ଏହା ବିଶ୍ୱର ଆସ୍ଥାଭାଜନ ହେବ ବୋଲି ସେ ମଧ୍ୟ ସେ କହିଛନ୍ତି ।

ଲୋକସଭାରେ କେନ୍ଦ୍ରୀୟ ବଜେଟ ଉପସ୍ଥାପିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବଜେଟରେ ଆତ୍ମନିର୍ଭର ଭାରତ ଓ ସମାଜର ପ୍ରତ୍ୟେକ ନାଗରିକ ଓ ସମସ୍ତ ଶ୍ରେଣୀର ଲୋକଙ୍କ ପ୍ରତିଛବି ପ୍ରତିଫଳିତ ହୋଇଛି । ଅଭିବୃଦ୍ଧି ଓ ଯୁବଗୋଷ୍ଠୀ ପାଇଁ ନୂତନ ସମ୍ଭାବନାମାନବସମ୍ବଳଭିତ୍ତିଭୂମି ନୂତନ କ୍ଷେତ୍ରରେ ବିକାଶ ପାଇଁ ବଜେଟରେ ସମସ୍ତ ବ୍ୟବସ୍ଥା ଅଛି ବୋଲି ଶ୍ରୀ ମୋଦି କହିଛନ୍ତି ।

ବିଭିନ୍ନ ନିୟମ ଓ ବ୍ୟବସ୍ଥାର ସରଳୀକରଣ  ଯୋଗୁଁ ବଜେଟରେ ସାଧାରଣ ଲୋକ ପାଇଁ ଜୀବନ ଧାରଣ ସୁଗମତାରେ ଉନ୍ନତି ଘଟିବ । ବଜେଟ ଜନସାଧାରଣବିନିଯୋଗକାରୀଶିଳ୍ପ ଓ ଭିତ୍ତିଭୂମି କ୍ଷେତ୍ରରେ ସରକାରତ୍ମକ ପରିବର୍ତ୍ତନ ଆଣିବ ।

ବଜେଟ ଉପସ୍ଥାପନର ମାତ୍ର ଘଣ୍ଟାକ ମଧ୍ୟରେ ଏଥିପ୍ରତି ସକରାତ୍ମକ ପ୍ରତିକ୍ରିୟା ଆସିଥିବା ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ବଜେଟ୍‌ର କଳେବର ବୃଦ୍ଧି କରି ସରକାର ନିରନ୍ତର ଆର୍ଥିକ ବିକାଶ ନେଇ ତାଙ୍କର ଦାୟିତ୍ୱ ତୁଲାଇଛନ୍ତି । ବଜେଟରେ ନିର୍ହିତ ସ୍ୱଚ୍ଚତା ବିଷୟକୁ ବିଶେଜ୍ଞମାନେ ସ୍ୱୀକାର କରିଥିବାରୁ ପ୍ରଧାନମନ୍ତ୍ରୀ ଆନନ୍ଦ ପ୍ରକଟ କରିଥିଲେ ।

କରୋନା ବୈଶ୍ୱିକ ମହାମାରୀ ହେଉ ବା ଆତ୍ମନିର୍ଭର ଭାରତ ଅଭିଯାନ ସରକାର ସବୁବେଳେ ଗଠନମୂଳକ ଦୃଷ୍ଟିଭଙ୍ଗୀ ଦେଖାଇ ଆସିଛନ୍ତି । ବଜେଟରେ ତିଳେମାତ୍ର ପ୍ରତିକ୍ରିୟାଶୀଳ ଭାବ ନାହିଁ ।  “ଆମେ ସବୁବେଳେ ଗଠନମୂଳକ ଓ ସକରାତ୍ମକ ଭାବନା ବଜେଟରେ ରଖୁଛୁବୋଲି  ପ୍ରଧାନମନ୍ତ୍ରୀ କହିଛନ୍ତି ।

ବଜେଟରେ ଆମୂଳଚୂଳ ବିକାଶର ଗୁରୁତ୍ୱକୁ ପ୍ରଶଂସା କରି ଶ୍ରୀ ମୋଦି କହିଛନ୍ତିଏଥିରେ ସମ୍ପଦ ଓ ସୁଧାରଏମଏସଏମଇ ଏବଂ ଭିତ୍ତିଭୂମି ଉପରେ ପ୍ରାଧାନ୍ୟ ଦିଆଯାଇଛି । ସ୍ୱାସ୍ଥ୍ୟ ସୁଧାର ଉପରେ ଦିଆଯାଇଥିବା ବିଷୟରେ ସେ ଉଲ୍ଲେଖ କରିଛନ୍ତି । ବଜେଟ୍‌ରେ ଦକ୍ଷିଣ ଭାରତୀୟ ରାଜ୍ୟ ସମୂହତ୍ତର-ପୂର୍ବାଞ୍ଚଳ ଏବଂ ଲେହ୍ ଲଦାଖ ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବ୍ୟବସାୟର ଶକ୍ତି କେନ୍ଦ୍ରଭାବେ ଉପକୂଳବର୍ତ୍ତୀ ରାଜ୍ୟ ତାମିଲନାଡୁକେରଳ ଓ ପଶ୍ଚିମବଙ୍ଗ  ଭଳି ରାଜ୍ୟର ବିକାଶ ପାଇଁ ଏଥିରେ ବିଶେଷ ପଦକ୍ଷେପ ନିଆଯାଇଛି । ଆସାମ ଭଳି ଉତ୍ତର-ପୂର୍ବାଞ୍ଚଳ ଏବଂ ଲେହ୍ ଲଦାଖ ବିକାଶ ଉପରେ ଧ୍ୟାନ ଦିଆଯାଇଥିବାରୁ ସେ ଖୁସି ପ୍ରକଟ କରିଛନ୍ତି । ବ୍ୟବସାୟର ଶକ୍ତିକେନ୍ଦ୍ରଭାବେ ଉପକୂଳବର୍ତ୍ତୀ ରାଜ୍ୟ ତାମିଲନାଡୁକେରଳ ଓ ପଶ୍ଚିମବଙ୍ଗ ଭଳି ରାଜ୍ୟର ବିକାଶ ପାଇଁ ଏଥିରେ ବିଶେଷ ପଦକ୍ଷେପ ନିଆଯାଇଛି । ଆସାମ ଭଳି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର ଅବ୍ୟବହୃତ ସମ୍ପଦର ବିନିଯୋଗ ପାଇଁ ବଜେଟ୍ ବେଶ୍ ସହାୟକ ହେବ ।

ସମାଜର ବିଭିନ୍ନ କ୍ଷେତ୍ର ଉପରେ ପ୍ରଭାବ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେଗବେଷଣା ଓ ଉଦ୍‌ଭାବନ ଉପରେ ଦିଆଯାଇଥିବା ପ୍ରାଧାନ୍ୟ ଯୁବଗୋଷ୍ଠୀ ନିମନ୍ତେ ବିଶେଷ ଲାଭପ୍ରଦ ହେବ । ସ୍ୱାସ୍ଥ୍ୟସ୍ୱଚ୍ଛତାପୌଷ୍ଟିକତାସ୍ୱଚ୍ଛଜଳ ଓ ସମାନ ସୁଯୋଗ ଦୃଷ୍ଟିରୁ ପୁରୁଷ ଓ ମହିଳା ନିର୍ବିଶେଷରେ ଜନସାଧାରଣ ଉପକୃତ ହେବେ । ଭିତ୍ତିଭୂମି ଓ ଢାଞ୍ଚାଗତ ସଂସ୍କାର ଦିଗରେ ଅଧିକ ବ୍ୟୟବରାଦ ଯୋଗୁଁ ନିଯୁକ୍ତି ଓ ଅଭିବୃଦ୍ଧିର ସମ୍ଭାବନା ସୃଷ୍ଟି ହେବ ।

ବଜେଟରେ କୃଷିକ୍ଷେତ୍ରର ବିକାଶ ସହ କୃଷକମାନଙ୍କ ବ୍ୟୟ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ନିଆଯାଇଛି। କୃଷକମାନେ ସହଜରେ ଅଧିକ ଋଣ ପାଇପାରିବେ । “ଏଥିରୁ ବଜେଟରେ ଗ୍ରାମ ଓ କୃଷକଙ୍କ ଅନ୍ତରାତ୍ମାର ଅଭିଳାଷ ପ୍ରକଟ ହୋଇଛି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବଜେଟ୍‌ରେ ଏମଏସଏମଇ କ୍ଷେତ୍ରରେ ବ୍ୟୟବରାଦ ଦ୍ୱିଗୁଣିତ କରାଯାଇଥିବା ଶ୍ରୀ ମୋଦି ଦର୍ଶାଇଛନ୍ତି। ବଜେଟ୍ ଏକ ନୂତନ ଦଶନ୍ଧି ପାଇଁ ମଜବୁତ ନିଅଁ ସ୍ଥାପନ କରିବ ଓ ଆତ୍ମନିର୍ଭର ଭାରତ ବଜେଟ ପାଇଁ  ଦେଶବାସୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.