‘ଅଗ୍ନିପଥ ‘ ର ବିରୋଧ, ଭାରତୀୟ ରେଳ ଉପରେ ପଡିଲା ବଡ ପ୍ରଭାବ
ଅଗ୍ନିପଥ ଯୋଜନା ର ବିରୋଧ ରେ କରାଯାଉଥିବା ବିଭିନ୍ନ ଆନ୍ଦୋଳନ ଯୋଗୁଁ ବିଭିନ୍ନ ରାଜ୍ୟର ରେଳବାଇ ସେବାରେ ବାଧା ପ୍ରାପ୍ତ ହୋଇଛି । ଗୋଟିଏ ପଟେ ବିହାରର ହାଜିପୁର ଯାଉଥିବା ଟ୍ରେନ ବାଧାପ୍ରାପ୍ତ ହୋଇଥିବା ବେଳେ ଅନ୍ୟପଟେ କୋଲକାତା ଏବଂ ହାୱଡା ରୂଟ ରେ ବାଧାପ୍ରାପ୍ତ ହୋଇଛି । ସେନା ଭର୍ତୀର ନୂଆ ସ୍କିମ ‘ଅଗ୍ନିପଥ ଯୋଜନା’ ଉପରେ ସଂଗ୍ରାମ ଜାରୀ ରହିଛି । ଭାରତୀୟ ସେନା ରେ ସୈନୀକଙ୍କ ଚାରି ବର୍ଷ ପାଇଁ ଭର୍ତୀ ଯୋଜନାରେ ଭାରତ ସରକାର ଭଲ କହିଥିବା ବେଳେ ଦେଶରେ ଏହାର ବିରୋଧ ଜୋରଦାର ଭାବେ କରାଯାଉଛି । ଏହାର ବିରୋଧ ରେ ଟ୍ରେନରେ ନିଆଁ ଲଗାଇଦିଆଯାଇଛି । କେଉଁ କେଉଁ ସ୍ଥାନରେ ଯାତ୍ରୀବାହୀ ବସ୍ କୁ ଜଳେଇଦିଆଯାଉଛି । ଚାରିଦିନ ଧରୀ ଏହାର ବିରୋଧ କରାଯାଉଥିବା ବେଳେ ବିହାର, ଉତର ପ୍ରଦାଶ ଭଳି ଅନେକ ରାଜ୍ୟରେ ଆନ୍ଦୋଳନ ଜାରୀ ରହିଛି ।
ଏହାର ବିରୋଧରେ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ରୁଟ୍ସ ରେ ଟ୍ରେନ ର ବାଧାପ୍ରାପ୍ତ ହୋଇଛି । ଗୋଟିଏ ପଟେ ବିହାରର ହାଜିପୁର ଯାଉଥିବା ଟ୍ରେନ ବାଧାପ୍ରାପ୍ତ ହୋଇଥିବା ବେଳେ ଅନ୍ୟପଟେ କୋଲକାତା ଏବଂ ହାୱଡା ରୂଟ ରେ ବାଧାପ୍ରାପ୍ତ ହୋଇଛି । ଏହିପରି ଭାବରେ ଆଜି ୩୮୪ ଟି ଟ୍ରେନ କୁ ରଦ୍ଧ କରାଯାଇଛି ଏବଂ ଅନେକ ଟ୍ରେନ ର ସମୟ ମଧ୍ୟ ପରିବର୍ତନ କରାଯାଇଛି । ପୂର୍ବତଟ ରେଳବାଇ ର ମୁଖ୍ୟ ଜନ ସମ୍ପର୍କ ଅଧିକାରୀ ଏକଲବ୍ୟ ଟକ୍ରବର୍ତୀ ଟ୍ରେନ ସଂମ୍ବଧୀତ ଏହି ସମସ୍ତ ସୂଚନା ପ୍ରଦାନ କରିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯାତ୍ରୀମାନଙ୍କ ଅସୁବିଧା ପାଇଁ ରେଳବାଇ ପ୍ରଶାସନ ଦୁଖୀଃ ଅଛି ।