ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ

182

ଭୁବନେଶ୍ୱର, 14 ନଭେମ୍ବର – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମୟୁରଭଂଜ ଜିଲ୍ଲାର ଉଦଳା ଆରଡବ୍ଲୁଏସଏସ ସହକାରୀ ନିର୍ବାହୀ ଯନ୍ତ୍ରୀ ରବିନାରାୟଣ ପଣ୍ଡାଙ୍କ ଘର ଓ ସରକାରୀ କାର୍ଯ୍ୟାଳୟ ସମେତ ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଭୁବନେଶ୍ୱରରେ ୪ଟି ସ୍ଥାନ ସମେତ ଏକକାଳୀନ ୮ଟି ସ୍ଥାନରେ ଚଢ଼ାଉ କରାଯାଉଥିବା ଭିଜିଲାନ୍ସ ସୁତ୍ରରୁ ଜଣା ପଡିଛି ।

ମିଳିଥିବା ସୂଚନା ଅନୁସାରେ ଶ୍ରୀ ପଣ୍ଡାଙ୍କର ଭୁବନେଶ୍ୱରର ଆଇଗିଣିଆରେ ଥିବା ତିନି ମହଲା କୋଠା ଦୋକାନ, ଖଣ୍ଡଗିରି ସପିଂ ପ୍ଲାଜାରେ ଥିବା ଏସପିଏସ କନଷ୍ଟ୍ରକସନ୍ କନସଲଟାନସି, ପାତ୍ରପଡ଼ାରେ ଥିବା ଟୁ ବିଏଚକେ ଫ୍ଲାଟ, ନୟାପଲ୍ଲୀରେ ଥିବା ତ୍ରବେଣୀ ଅଟୋଟେକ୍ ପ୍ରାଇଭେଟ୍ ଲିମିଟେଡ ରେ ଚଢାଉ ଚାଲିଛି ।

ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁରରେ ଥିବା ପୈତୃକ ଘର, କେନ୍ଦ୍ରାପଡ଼ା ଜିଲ୍ଲାର କଂସରାରେ ଥିବା ଶଶୁର ଘର, ମୟୂରଭଞ୍ଜର ଉଦଳାରେ ଥିବା ସରକାରୀ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛନ୍ତି।

ଭୁବନେଶ୍ୱର ଭିଜିଲାନ୍ସର ସ୍ୱତନ୍ତ୍ର ବିଚାରପତିଙ୍କ ସର୍ଚ୍ଚ ୱାରେଣ୍ଟର ଆଦେଶ ବଳରେ ଏହି ଚଢ଼ାଉ କରାଯାଉଛି ଜଣେ ଅତିରିକ୍ତ ଏସପି, ୮ ଜଣ ଡିଏସପି, ୫ ଇନ୍ସପେକ୍ଟର, ଜଣେ ସବ୍-ଇନ୍ସପେକ୍ଟର, ୧୧ ଏଏସଆଇ ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଭିଜିଲାନ୍ସ ଚଢ଼ାଉ କରାଯାଉଛି।

Leave A Reply

Your email address will not be published.