ଭବାନୀପାଟଣା,(ଡିକେ ନୁ୍ୟଜ):ସ୍ୱାଧୀନତାର ସାତ ଦଶନ୍ଧି ପରେମଧ୍ୟ କଳାହାଣ୍ଡି ଜିଲ୍ଲାରେ ଗ୍ରାମାଞ୍ଚଳକୁସବୁ ଦିନିଆ ରାସ୍ତା ଓ ପୋଲ ନଥିବାରୁଖଟିଆରେ ବୁହାହୋଇ ଡାକ୍ତରଖାନାଯାଉଛନ୍ତି ରୋଗୀ । ଏଭଳି ଏକକରୁଣ ଦୃଶ୍ୟ ଦେଖିବାକୁ ମିଳିଛିଶନିବାର କଳାହାଣ୍ଡି ଜିଲ୍ଲା ଥୁଆମୂଳରାମପୁର ବ୍ଲକ ତଲଝାପୀ ପଞ୍ଚାୟତରଖମନ ପଡା ଗ୍ରାମରେ ଚନ୍ଦ୍ରିକା ଗଉଡ଼ନାମ୍ନୀ ଜଣେ ବୃଦ୍ଧା ଆଜି ଅପରାହ୍ନରେପଡି ଯାଇଥିଲେ । ପଡିଯିବାପରେ ସେଅସୁସ୍ଥ ହୋଇ ଯାଇଥିଲେ । ପରିବାରଲୋକେ ଆମ୍ବୁଲାନ୍ସକୁ ଖବର ଦେଲେହେଲେ ଖମନ ପଡା ଗାଁକୁ ଯିବାପାଇସବୁଦିନିଆ ରାସ୍ତା ନାହିଁ କି ଗାଁ ମୁଣ୍ଡଦେଇ ପ୍ରବାହିତ ହେଉଥିବାବାଲିଯୋର ନଦୀରେ ପୋଲ ନାହିଁ ।ଯାହା ଫଳରେ ଆମ୍ବୁଲାନ୍ସ ଦେର୍ଲା ଛକନିକଟରେ ଅଟକି ରହିଲା ପପରିବାରଓ ସମ୍ପର୍କୀୟ ମାନେ ଖଟିଆରେକାନେ୍ଧଇ ଚନ୍ଦ୍ରିକାଙ୍କୁ ବାଲିଯୋର ନଦୀପାର କରି ପ୍ରାୟ ୫ କିଲୋମିଟରଆଣିଥିଲେ । ପରେ ଆମ୍ବୁଲାନ୍ସ ଯୋଗେଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଡାକ୍ତର ଦେଖିତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁସ୍ଥାନାନ୍ତର ପାଇଁ ପରାମର୍ଶଦେଉଥିଲେ । ଆମ୍ବୁଲାନ୍ସ ଯୋଗେବୃଦ୍ଧା ଚନ୍ଦ୍ରିକାଙ୍କୁ ଭବାନୀପାଟଣାଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁସ୍ଥାନାନ୍ତର କରାଯାଇଛି । କେବେବାଲିଯୋର ନଦୀରେ ସେତୁ ନିର୍ମାଣହେବ ଏବଂ କେବେ ଖମନପଡାଗାଁକୁ ସବୁଦିନିଆ ରାସ୍ତା ନିର୍ମାଣ ହେବତାକୁ ହିଁ ଗ୍ରାମବାସୀଙ୍କ ଅପେକ୍ଷା ।
Sign in
Sign in
Recover your password.
A password will be e-mailed to you.