ବ୍ରହ୍ମପୁର,: ବିଶ୍ୱ କର୍କଟ ଦିବସ ଅବସରରେ ଆସ ମିଳିମିଶି ସଚେତନ କରିବା, କର୍କଟ ମୁକ୍ତ ଭାରତ ଗଠନ କରିବା ଏହି ବାର୍ତ୍ତା ଦେଶବାସୀଙ୍କୁ
ଆହ୍ୱାନ ଦେବାପାଇଁ ବ୍ରହ୍ମପୁରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ କ୍ରାନ୍ତି ଓ ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟର ଉଦ୍ୟମରେ ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଖେଳ ପଡିଆ ଠାରେ କ୍ରାନ୍ତି ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ କର୍କଟ ରୋଗୀ ଡ଼ ଦେବାନନ୍ଦ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଚେତନତା କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଡା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ବିଇଏମସିର ମେୟର ସଂଘମିତ୍ରା ଦଳେଇ, ପୂର୍ବତନ ଓଡ଼ିଶା କାଜୁ ନିଗମ ଅଧ୍ୟକ୍ଷ ସୁବାସ ମହାରଣା, ବିଶାଖାପାଟଣା ସ୍ଥିତ ମହାତ୍ମାଗାନ୍ଧୀ କ୍ୟାନସର ହସପିଟାଲ ଓ ରିସର୍ଚ୍ଚ ସେଣ୍ଟରର ବରିଷ୍ଟ ରେଡିଆସାନ ଓଙ୍କୋଲଜୀ ଡ଼ାକ୍ତର କାହୁଁ ଚରଣ ପାତ୍ର, ବ୍ରହ୍ମପୁର ବରିଷ୍ଟ ମଧୁମେୟ ଡାକ୍ତର ସୁନିଲ କୋଟା, ଏମ .କେ.ସି.ଜି ମେଡିକାଲ କଲେଜ ଓ ହସପିଟାଲର ଟିବି ଓ ଚେଷ୍ଟର ଏସୋସିଷ୍ଟଟ ପ୍ରଫେସର ଡାକ୍ତର ପ୍ରୀୟଜୀତ ଜେନା, ମନୁ ସେନାର ଚେୟାରପର୍ସନ ମୀନା ଦ୍ୟାନ ସାମନ୍ତରାୟ, ସାମନ୍ତରାୟ ଏକାଡେମୀ ର ନିର୍ଦ୍ଦେଶକ ଦେବେଶ ସାମନ୍ତରାୟ ଓ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ଅଧକ୍ଷ ଇଁ ରଞ୍ଜନ କୁମାର ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ବିଭିନ୍ନ ଗଣମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ବିଶ୍ୱ କର୍କଟ ଦିବସ ଅବସରରେ ଜନସାଧାରଣଙ୍କୁ କର୍କଟ ରୋଗର ଭୟାବହତା ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଇଥିଲେ । କ୍ରାନ୍ତି ଅନୁଷ୍ଠାନର କାର୍ଯନିର୍ବାହୀ ନିର୍ଦ୍ଦେଶକ ଡ଼ ଦେବାନନ୍ଦ ଦାଶଙ୍କ ପ୍ରତ୍ୟେକ ତତ୍ତ୍ୱାବଧାନରେ ଉକ୍ତ ସଚେତନତା ସଭା ଓ ବିଶାଳ ପଦଯାତ୍ରାରେ ସେ ଜଣେ ମୁଖ କର୍କଟ ରୋଗୀ ହୋଇଥିବା ଯୋଗୁଁ ସେ ଲୋକମାନଙ୍କୁ କହିଥିଲେ କର୍କଟ ରୋଗ ପ୍ରତି ଜନସାଧାରଣଙ୍କ ମଧ୍ୟରେ ସଠିକ୍ ସଚେତନ ନଥିବାରୁ, ଏହି ରୋଗରେ ପୀଡିତ ମୃତ୍ୟୁ ସୁନିଶ୍ଚିତ ବୋଲି ଭାବି ନିଅନ୍ତି ଏବଂ ପ୍ରତ୍ୟେକ ବର୍ଷ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟୁଛି । କର୍କଟ ରୋଗର ଚିକିତ୍ସା ବର୍ତ୍ତମାନ ସମୟରେ ଅତ୍ୟନ୍ତ ସହଜ ଓ ଉପଯୁକ୍ତ ଚିକିତ୍ସା ମିଳିଲେ ଏଥିରୁ ରୋଗୀ ବଞ୍ଚି ପାରିବ । ସେ ଉପସ୍ଥିତି ସମସ୍ତଙ୍କୁ ନିବେଦନ କରି କହିଥିଲେ ଆସନ୍ତୁ ସମସ୍ତେ ମିଳମିଶି ସଚେତନ କରିବା ଓ ଭାରତକୁ କର୍କଟ ମୁଖରୁ ରକ୍ଷା କରିବା । ଉପସ୍ଥିତ ସମସ୍ତଙ୍କୁ ଶପଥ କରାଇ ତମାଖୁ ଛାଡ଼ନ୍ତୁ ଜୀବନ ବାଛନ୍ତୁ ଏହି ମନ୍ତ୍ର ସଂକଳ୍ପ କରାଇଥିଲେ । ଡ. ପାତ୍ର କର୍କଟ ରୋଗ ବିଷୟରେ ଆଲୋକପାତ କରାଇବା ସହ ଲୋକମାନେ କିପରି ସୁବିଧାରେ ଚିକିତ୍ସା କରି ପାରିବେ ସମସ୍ତଙ୍କୁ ଅବଗତ କରାଇଥିଲେ । ସମସ୍ତ ଅତିଥି ମାନେ ପ୍ଲାକ କାଡ ଦେଖାଇ ବିଶାଳ ପଦଯାତ୍ର (ୱାକଥନ୍)କୁ ଶୁଭାରମ୍ଭ କରିଥିଲେ । ଏହି ବିଶାଳ ସମାରୋହ ଓ ଗଣ ପଦଯାତ୍ରାରେ ବିଭିନ୍ନ ସାମାଜିକ ଅନୁଷ୍ଠାନ, ସ୍ୱେଛାସେବୀମାନଙ୍କ ସହ ସାମନ୍ତରାୟ ଏକାଡେମୀ, ଆର୍ୟାନ ଗୁରୁକୂଳ, କେ.ସି. ପବ୍ଲିକ ସ୍କୁଲ, ଆଇ ଟି ଆଈ ବ୍ରହ୍ମପୁର, ଜ୍ଞାନ ବିକାଶ ଇଂଲିଶ ମିଡ଼ିୟମ ସ୍କୁଲ, ନାଳନ୍ଦା ହାୟର ସେକେଣ୍ଡାରୀ ସ୍କୁଲ, ସେଣ୍ଟ ଜାଭିୟର୍ସ ସ୍କୁଲ, ୟୁସିପି ଇଂଜିନିୟରିଂ ସ୍କୁଲ, ସିଦ୍ଧ ଭୈରବୀ ହାୟର ସେକେଣ୍ଡାରୀ ସ୍କୁଲ, ବ୍ରହ୍ମପୁର ପୋଲିସ ବାହିନୀ, ଆଇଏସଆରଡି ଓ ୱାନ ଷ୍ଟେପ ସେଣ୍ଟରର କର୍ମକର୍ତ୍ତା ସହ ସମସ୍ତ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ପ୍ରାୟ ୧୮୦୦ ଯୁବକ ଯୁବତୀ ଯୋଗଦେଇ ପଦଯାତ୍ରାରେ କର୍କଟ ରୋଗ ବିଷୟରେ ଲୋକମାନଙ୍କୁ ସଚେତନତା କରାଇଥିଲେ । ବ୍ରହ୍ମପୁର ସହରର ଏସଡିପିଓ, ରିସର୍ଭ ଇନ୍ସିପେକ୍ଟର,ଅନ୍ୟାନ୍ୟ ପୋଲିସ କର୍ମଚାରୀ, ସମସ୍ତ ଗଣ ମାଧ୍ୟମ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.