ସୁବର୍ଣ୍ଣପୁର, ୨୨ ସେପ୍ଟେମ୍ବର- ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେଙ୍କ ନିର୍ଦେଶରେ ତଥା ଉପଜିଲ୍ଲାପାଳ ସୋନପୁରଙ୍କ ତତ୍ଵାବଧାନରେ ଆଜି ସନ୍ଧ୍ୟା ସମୟରେ ସୁବର୍ଣ୍ଣପୁର ଜିଲ୍ଳା ଯୋଗାଣ ବିଭାଗ ଦ୍ଵାରା ତତ୍ଵାବଧାରକ ମନୋଜ କୁମାର ସାହୁଙ୍କ ଖମ୍ବେଶ୍ବରୀପାଲି ଇଣ୍ଡେନ ଗ୍ରାମୀଣ ବିତରକ ଗୋଦାମରେ ଅଚାନକ ଚଢ଼ଉ କରାଯାଇଛି। ଚଢ଼ଉରେ ସମ୍ପୃକ୍ତ ବ୍ୟବସାୟର ଆନୁସଙ୍ଗିକ ଯାଞ୍ଚ ପରେ ଗୋଦାମରୁ ୧୯ କେଜି ଓଜନ ବିଶିଷ୍ଟ ଫୁଲ ସିଲଡ଼ ୧୧୬ ଗୋଟି ଓ ବ୍ୟବହୃତ ବ୍ୟବସାୟିକ ଖାଲି ୨୭୦ ଗୋଟି ସିଲିଣ୍ଡରକୁ ଅନିୟମିତତା ଏବଂ ଅପବ୍ୟବହାର ହେତୁ ଜବତ କରାଯାଇଛି। ବେସାମାରିକ ଯୋଗାଣ ଅଧିକାରୀ ତ୍ରିନାଥ ଭୋଇ ଓ ଶ୍ରୀମତୀ ପ୍ରଣତି ପୃଷ୍ଟିଙ୍କ ନେତୃତ୍ଵରେ ଅନୁଷ୍ଠିତ ଏହି ଚଢ଼ଉରେ ବିଭାଗୀୟ ଖାଦ୍ୟ ନିରୀକ୍ଷକ ଦେବାଶିଷ ତ୍ରିପାଠୀ ଓ ଚନ୍ଦ୍ରଧ୍ଵଜ ଭୋଇ ତଥା ସହକାରୀ ନିରୀକ୍ଷକ ସୁବ୍ରତ ପାଣି ପ୍ରମୁଖ ସାମିଲ ରହିଥିଲେ। ଆଗକୁ ଏହି ଧରଣର ଚଢ଼ଉ ଓ ଯାଞ୍ଚ ପ୍ରକ୍ରିୟା ନିୟମିତ ଚାଲୁ ରହିବ ବୋଲି ବିଭାଗ ତରଫରୁ ସୂଚନା ପ୍ରଦାନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.