ଗୋଟିଏ ଦିନରେ ୫୦୯ କରୋନା ଆକ୍ରାନ୍ତ ଚିହ୍ନଟ,ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୪୫୮୫
ଭୁବନେଶ୍ୱର, ୧୨ ଜୁଲାଇ – ରାଜ୍ୟରେ ଗୋଟିଏ ଦିନରେ ୫୦୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯୪୫୮୫ କୁ ବୃଦ୍ଧି ପାଇଛି । ସେହିପରି ୧୮ ବର୍ଷରୁ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୧୮୬୬ ହୋଇଛି । ରାଜ୍ୟରେ ବର୍ତମାନ ସୁଦ୍ଧା ସକ୍ରିୟ ରୋଗୀଙ୍କ ସଂଖ୍ୟା ୩୫୩୯ ରହିଛି ।
ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୯୯ ଜଣ ସଂଗରୋଧରୁ ଓ ୨୧୦ ଜଣ ସ୍ଥାନୀୟ ସମ୍ପର୍କରୁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ବାଲେଶ୍ୱର ଜିଲ୍ଲାରେ ୫, ବରଗଡ ଜିଲ୍ଲାରେ ୨, ଭଦ୍ରକ ଜିଲ୍ଲାରେ ୭, ବଲାଙ୍ଗୀର ଜିଲ୍ଲାରେ ୧, ବୌଦ୍ଧ ଜିଲ୍ଲାରେ ୨, କଟକ ଜିଲ୍ଲାରେ ୧୧୦. ଢେଙ୍କାନାଳ ଜିଲ୍ଲାରେ ୧ , ଗଜପତି ଜିଲ୍ଲାରେ ୪, ଗଂଜାମ ଜିଲ୍ଲାରେ ୩, ଜଗତସିଂହପୁର ଜିଲ୍ଲାରେ ୁ ୯,ଯାଜପୁର ଜିଲ୍ଲାରେ ୧୦. କଳାହାଣ୍ଡି ଜିଲ୍ଲାରେ ୬, କେନ୍ଦ୍ରାପଡା ଜିଲ୍ଲାରେ ୬, କେନ୍ଦୁଝର ଜିଲ୍ଲାରେ ୩, ଖୋର୍ଧା ଜିଲ୍ଲାରେ ୨୦୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କୋରାପୁଟ ଜିଲ୍ଲାରେ ୨, ମାଲକାନଗିରି ଜିଲ୍ଲାରେ ୧, ମୟୁରଭଂଜ ଜିଲ୍ଲାରେ ୮, ନୟାଗଡ ଜିଲ୍ଲାରେ ୯, ନୂଆପଡା ଜିଲ୍ଲାରେ ୪ ପୁରୀ ଜିଲ୍ଲାରେ ୧୪, ସମ୍ବଲପୁର ଜିଲ୍ଲାରେ ୮ , ସୋନପୁୁର ଜିଲ୍ଲାରେ ୧ ,ସୁନ୍ଦରଗଡ ଜିଲ୍ଲାରେ ୪୯ ଓ ଷ୍ଟେଟ ପୁଲରେ ୪୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅବଶିଷ୍ଟ ୪ ଟି ଜିଲ୍ଲାରୁ ଜଣେ ହେଲେ ସଂକ୍ରମିତ ଚିହ୍ନଟ ହୋଇ ନାହାନ୍ତି ।