ପୁରୀ, ୨୫.୫: ପୁରୀରେ ଗତକାଲି ହୋଇଥିବା ଛୁରାମାଡ଼ ଘଟଣାରେ ତିନି ଜଣ ଯୁବକଙ୍କୁ ଗତକାଲି ରାତିରୁ ପୋଲିସ ଅଟକ ରଖିଛି। ଦୁଇ ଦିନ ତଳେ କିଛି ବ୍ୟକ୍ତିଗତ ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ବାକ୍ ବିତଣ୍ଡା ହୋଇଥିଲା। ତେବେ ସେହି ଘଟଣାକୁ ନେଇ ସୂର୍ଯ୍ୟ ନାରାୟଣ ତ୍ରିପାଠୀଙ୍କୁ ଛୁରା ମାଡ଼ କରିଥିଲେ। କେବଳ ପୂର୍ବ ଶତ୍ରୁତା ନାଁ ନିଶା କାରବାରକୁ ନେଇ ଏଭଳି ଘଟଣା ଘଟିଛି ସେନେଇ ତଦନ୍ତ ଚାଲିଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି। ଗତକାଲି ରାତିରେ କେବଳ ଗୁଳିକାଣ୍ଡ ଘଟଣା ନୁହଁ ବରଂ ଏକ ଛୁରା ମାଡ଼ ମଧ୍ୟ ଘଟିଥିଲା। ଛୁରା ମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଥିଲେ। ଗୁରୁତର ଯୁବକ ଲୋକନାଥ ରୋଡ ଷଣ୍ଢ ଯାଗା ଅଞ୍ଚଳର ସୂର୍ଯ୍ୟନାରାୟଣ ତ୍ରିପାଠୀ। ସନ୍ଧ୍ୟାରେ ବଡ଼ଦାଣ୍ଡ ମାଉସୀ ମା ମନ୍ଦିର ସମ୍ମୁଖରେ ତାକୁ ଛୁରାମାଡ ହୋଇଥିଲା। ଗୁରୁତର ଅବସ୍ଥାରେ ତାକୁ ପ୍ରଥମେ ପୁରୀ ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଥିଲା। ଏହି ଘଟଣାରେ ଦୀପୁ ବେହେରା, ବିବୁନା ଭୋଇ ଓ ଶିବୁନା ପାତ୍ରକୁ ଗିରଫ କରାଯାଇଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ଏସପି କହିଛନ୍ତି ।
Sign in
Sign in
Recover your password.
A password will be e-mailed to you.