ଭୁବନେଶ୍ୱର, ପଢ଼ି ହେଉଥିବା ଭଳି ଅକ୍ଷରରେ ଲେଖନ୍ତୁ ପ୍ରେସକ୍ରିସନ। କିମ୍ବା ଟାଇପ୍ ହୋଇଥିବା ପ୍ରେସକ୍ରିସନ୍ ଦିଅନ୍ତୁ ଡାକ୍ତର। ଏନେଇ ସବୁ ସରକାରୀ ଓ ଘରୋଇ ଡାକ୍ତରଙ୍କୁ ମୁଖ୍ୟ ଶାସନ ସଚିବ ଦେଇଛନ୍ତି ନିର୍ଦ୍ଦେଶ। ପୋଷ୍ଟମର୍ଟମ ରିପୋର୍ଟକୁ ମଧ୍ୟ କ୍ୟାପିଟାଲ ଲେଟର କିମ୍ବା ସ୍ପଷ୍ଟ ଅକ୍ଷରରେ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସ୍ପଷ୍ଟ ଅକ୍ଷର ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଦେଇଥିବା ରାୟ ଆଧାରରେ ସବୁ ଡାକ୍ତରଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ। ବିଭିନ୍ନ ସମୟରେ ପୋଷ୍ଟମର୍ଟମ ରିପୋର୍ଟ ଓ ପ୍ରେସକ୍ରିସନ୍ ଖାମଖିଆଲି ଭାବେ ଲେଖାଯାଉଛି। ଏହାଦ୍ୱାର ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ମଧ୍ୟ ଆଇନଗତ ଅସୁବିଧା ହେଉଛି। ଡାକ୍ତରମାନେ ଅସ୍ପଷ୍ଟ ଅକ୍ଷରରେ ଲେଖିବା ଯୋଗୁ ସାଧାରଣ ଲୋକ, ବି·ରବିଭାଗୀୟ ଅଧିକାରୀମାନେ ଅସୁବିଧାରେ ପଡୁଛନ୍ତି। ଏହି ଧରଣର ଲେଖା ଡାକ୍ତରମାନଙ୍କ ଏକ ଫେସନରେ ପରିଣତ ହୋଇଛି। ଏହାକୁ ନେଇ ସମସ୍ତ ମେଡିକାଲ ସେଣ୍ଟର, ପ୍ରାଇଭେଟ କ୍ଲିନିକ, ମେଡିକାଲ କଲେଜ ଓ ହସ୍ପିଟାଲକୁ ନିର୍ଦ୍ଦେଶ ଜାରି ହୋଇଛି। ସ୍ପଷ୍ଟ ଅକ୍ଷର କିମ୍ବା ସ୍ୱତନ୍ତ୍ର ପ୍ରକାର ଫର୍ମରେ ପ୍ରେସକ୍ରିସନ, ମେଡିକୋ-ଲିଗାଲ ରିପୋର୍ଟ ଲେଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି।
Sign in
Sign in
Recover your password.
A password will be e-mailed to you.